ଘୁ.ଉଦୟଗିରି ବିଜୁ ଜନତା ଦଳର ନଗର କମିଟି ଗଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଜିଲ୍ଲା ସଭାପତିଙ୍କ ଅନୁମୋଦନରେ ତଥା ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ଘୁ.ଉଦୟଗିରି ବିଜୁ ଜନତା ଦଳର ନଗର କମିଟି ଗଠନ କରାଯାଇଛି । ଏହି କମିଟିରେ ଉପସଭାପତି ଚିନ୍ମୟ କୁମାର ସେଠୀ, ଆମୋଦ ଚନ୍ଦ୍ର ନାୟକ, ପଞ୍ଚାନନ ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ସୁଶୀଲ କୁମାର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ଦାସ, ଦୀପକ କୁମାର ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୟ ସୁବୁଦ୍ଧି, ୮ ଜଣ ସମ୍ପାଦକ ୧୦ ଜଣ ଯୁଗ୍ମ ସମ୍ପାଦକ, ସମସ୍ତ ୧୩ ଟି ୱାର୍ଡ଼ ରେ ୱାର୍ଡ଼ ସଭାପତି, ୨୨ ଜଣ କାର୍ଯ୍ୟକାରିଣୀ ସଦସ୍ୟ , ବିଶ୍ୱେଶ୍ୱର ସାହୁ, ଶଙ୍କର ବାଘ ସୋସିଆଲ ମିଡ଼ିଆ ନିମନ୍ତେ ମନୋନୀତ ହୋଇଥିବା ବେଳେ ଏ ସମସ୍ତ ସଦସ୍ୟ ସଂଗଠନ ପରିଚାଳନା ନିମନ୍ତେ ନିଜ ଦାୟିତ୍ୱ ନିର୍ବାହ କରି ଘୁ. ଉଦୟଗିରି ବିଜୁ ଜନତା ଦଳକୁ ସଂଗଠିତ କରି ଜନତାଙ୍କ ସେବା କରିବା ସହ ସଂଗଠନକୁ ସୁଦୃଢ଼ୀ କରଣ କରିବେ ବୋଲି ନଗର ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।