ଅନୁସନ୍ଧାନ ଭାରତ(ବ୍ୟୁର) ଗୁଣପୁର ପୌରପରିଷଦ ଓ ବନ ବିଭାଗର ମିଳିତ ଆନୁକୂଲ୍ୟରେ ଗୁଣପୁର ମେଡ଼ିକାଲ ଛକ ଠାରୁ ପୁରୁଣା ଗୁଣପୁର ଛକ ପର୍ଯ୍ୟନ୍ତ ସହରର ପରିବେଶକୁ ଏକ ସୁସ୍ଥ ଓ ସବୁଜମୟ ସମାଜ ଗଠନ ହେବା ନେଇ ସହରରେ ପ୍ରାୟ ୨୦୦ ସହ ଗଛ ଲଗାଇବା ନେଇ ଗୁଣପୁର ପୌରପରିଷଦ ପଦେକ୍ଷପ ନେଇଛି । ଆଗାମୀ ଦିନରେ ଆହୁରି ଅନେକ ଗଛ ଲଗାଯିବା ନେଇ ପୌରପରଷଦର ଉପାଧ୍ୟକ୍ଷ ମତ ପ୍ରକାଶ କରିଛନ୍ତି । ଏଥିରେ ଗୁଣପୁର ପୌରପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ ବନବିଭାଗର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।