ସାମାଜ ସେବା ପାଇଁ ଗଜପତି ଜିଲ୍ଲାର ଡଃ. ଆଲୋକ କୁମାର ବୋଷଙ୍କୁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ ପାଇଁ ସମ୍ମାନିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ବିଶ୍ୱ ରେକର୍ଡ ଉତ୍ସବରେ ଡକ୍ଟର ଆଲୋକ କୁମାର ବୋଷ , ଗଜପତି ଜିଲ୍ଲା , ଓଡ଼ିଶା ମାନବ ଅଧିକାର ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ – ୨୦୨୩ ପାଇଁ ସମ୍ମାନିତ । ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ – ୨୦୨୩, ରାଜସ୍ଥାନର, ଜୟପୁର ସହରର ରାଜସ୍ଥାନ ଅନ୍ତର୍ଜାତୀୟ ଅଡିଟୋରିୟମର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ସମାରୋହରେ ଅନେକ ରାଜ୍ୟରୁ ଆସିଥିବା ସମ୍ମାନିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ଗଜପତି ଜିଲ୍ଲାର ଡଃ.ଆଲୋକ କୁମାର ବୋଷଙ୍କୁ ମାନବ ଅଧିକାର ଏବଂ ସାମାଜିକ ପରିବର୍ତ୍ତନର ସାମାଜିକ ସେବା ପାଇଁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ -୨୦୨୩ ସମ୍ମାନ ସମ୍ମାନିତ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଜୟସ ଭଟ୍ଟ ଦ୍ୱାରା ଓଡ଼ିଶାର ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଡଃ.ଆଲୋକ କୁମାର ବୋଷ, ଅଧ୍ୟକ୍ଷ, ଅନ୍ତର୍ଜାତୀୟମାନବ ଅଧିକାର ସୁରକ୍ଷା କାଉନସିଲଙ୍କୁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ – ୨୦୨୩ ଉପାଧି ପ୍ରଦାନ କରି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଡଃ ‌.ଆଲୋକ କୁମାର ‌ବୋଷ ଅନେକ ରାଜ୍ୟରେ ରାଷ୍ଟ୍ରୀୟ ଉପାଧିରେ ଅନେକ ଥର ସମାଜ ସେବା ପାଇଁ ସମ୍ମାନିତ ହୋଇଛନ୍ତି । ମାନବ ଅଧିକାର ଓ ସାମାଜିକ ପରିବର୍ତ୍ତନ ପ୍ରତ୍ୟେକ ଘର ଘରେ ପହଞ୍ଚାଇବା ପ୍ରମୁଖ ଭୂମିକାରେ ଓ ମାନବ‌ ସେବାରେ ନିଜକୁ ‌ଉଚ୍ଛର୍ଗିତ କରି ଆଗକୁ ବଢି ଲୋକଙ୍କ ଭିତରେ ରହି ଲୋକଙ୍କୁ ସେବା କରି ଆସୁଛନ୍ତି । ରାଜସ୍ଥାନ , ଜୟପୁର ଠାରେ ସମାଜ ସେବା ପାଇଁ ସମ୍ମାନିତ ଡଃ ଆଲୋକ କୁମାର ବୋଷ ଙ୍କୁ ବୁଦ୍ଧି ଜୀବି ମହଲରେ ପ୍ରଶଂସାର ସୁଅ ଛୁଟିଛି।