ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଯୋଗ ଦିବସ ପାଳନ କରାଯାଇଅଛି I ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ନିରଂଜନ ଡାକୁଆ ଛାତ୍ର ଛାତ୍ରୀଙ୍କୁ ଯୋଗ ଦିବସର ମହତ୍ୱ ସମ୍ୱନ୍ଧରେ ବର୍ଣ୍ଣନା କରିଥିଲେ l ଫୁଲବାଣୀ ବିଭାଗ ଓ ବାଲିଗୁଡା ସଂକୁଳର ଶାରୀରିକ ପ୍ରମୁଖ ରଂଜନ କୁମାର ବେହେରା ଯୋଗ, ଆସନ ଓ ପ୍ରାଣାୟାମ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା I
କରୋନା ନିୟମକୁମାନି ସମସ୍ତ ଛାତ୍ର ଛାତ୍ରୀ ଅଭିଭାବକ ଅନଲାଇନ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଯୋଗ ପ୍ରାଣାୟମ ଆଦି କରିଥିଲେ I ଆଚାର୍ଯ୍ୟ କାଁହୁ ଚରଣ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ I
ଅନ୍ୟ ଆଚାର୍ଯ୍ୟ ଓ ଆଚର୍ଯ୍ୟାଙ୍କ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମ ସଫଳ ହୋଇଥିଲା I ପ୍ରାୟ ୫୦ ଜଣରୁ ଅଧିକ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ I ସମସ୍ତଙ୍କ ସହଯୋଗ ନିମନ୍ତେ ଆଚର୍ଯ୍ୟା ଭାରତୀ ଦେବ ଧନ୍ୟବାଦ ଅର୍ପଣ କରିଥିଲେ I