ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଥାନା ଅଧିକାରୀଙ୍କ ପୁଅ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରି ପ୍ରଧାନଙ୍କ ଜ୍ୟୋଷ୍ଠ ପୁତ୍ର ସପ୍ରତିଭ ପ୍ରଧାନ ଓଡିଶା ପ୍ରଶାସନିକ ସେବା କ୍ଷେତ୍ରରେ  ୨୩୨ ରେଙ୍କ ରଖି ସଫଳତା ହାସଲ କରିଛନ୍ତି । ପୁଅର ଏହି ସଫଳତା ପାଇଁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ କରୁଥିବା ବେଳେ  ନିଜର ସମ୍ପର୍କିୟ ,ବନ୍ଧୁ ବାନ୍ଧବ ଓ ଜଣାଶୁଣା ବ୍ୟକ୍ତି ବିଶେଷଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିଛି । ପୁଅର ସଫଳତା ପାଇଁ ପ୍ରଥମେ ଈଶ୍ୱରଙ୍କୁ ଓ ପୁଅର କଠିନ ଅଧ୍ୟବସାୟ କୁ ଶ୍ରେୟ ଦେଇଛନ୍ତି ଶ୍ରୀ ପ୍ରଧାନ ।