ଅନୁସନ୍ଧାନ ଭାରତ(ବ୍ୟୁର): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼.ପ୍ରଦୀପ କୁମାର ପଟ୍ଟନାୟକ, ଉପ ସଭାପତି ଅନୁପମ ବାନାର୍ଜୀ, ସମ୍ପାଦକ ପଦ୍ମନାଭ ପ୍ରଧାନ, କୋଷାଧ୍ୟକ୍ଷ ଏ. ମନୋଜ କୁମାର ପ୍ରମୁଖ ଯୋଗଦେଇଥିଲେ ।
ବିଚାରକ ଭାବରେ ଶିକ୍ଷକ ସତ୍ୟନାରାୟଣ ଶତପଥି, ସୁବାଷ ଚନ୍ଦ୍ର ମଲ୍ଲିକ, ଶୁଭସ୍ମିତା ମଲ୍ଲିକ, ମନୋଜ କୁମାର ଗୌଡ଼ ପ୍ରମୁଖ ଯୋଗଦେଇଥିଲେ । ପ୍ରାଥମିକ ବର୍ଗ, ଶିଶୁ ବର୍ଗ, ବାଲ ବର୍ଗ, କିଶୋର ବର୍ଗରୁ ମୋଟ ୧୬୬ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।ଏହି ବଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରକଳ୍ପ ଗୁଡିକ ଶୋରଡ଼ା ଠାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ସଙ୍କୁଳ ସ୍ତରୀୟ ବିଜ୍ଞାନ ମେଳା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।