ଗ୍ରାମ୍ୟ କୃଷି କର୍ମଚାରୀଙ୍କ କଳା ବ୍ୟାଜ୍ ପରିଧାନ, ଦାବି ପୂରଣ ନ ହେଲେ ଅଗଷ୍ଟ ପହିଲାରୁ ସମୂହ ଛୁଟି…..

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ ସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ଶୁକ୍ରବାର ଠାରୁ ୬ଦଫା ଦାବି ନେଇ କର୍ମଚାରୀମାନେ କଳା ବ୍ୟାଜ୍ ପରିଧାନ କରି କାଯ୍ୟରେ ଯୋଗ ଦେଇଛନ୍ତି । ଗ୍ରାମ୍ୟ କୃଷି କର୍ମଚାରୀ ବଦଳରେ ସଂପ୍ରସାରଣ ଅଧିକାରୀ ମାନ୍ୟତା, ଗ୍ରେଡ ପେ ୪୨୦୦ ଟଙ୍କାକୁ ବୃଦ୍ଧି, ଚାକିରୀ କାଳ ମଧ୍ୟରେ ପଦୋନ୍ନତି, ଚୁକ୍ତି ଭିର୍ତ୍ତିକ ବ୍ୟବସ୍ଥା ଉଛେଦ, ପଞ୍ଚାୟତ କାଯ୍ୟାଳୟ ଗୁଡିକରେ କାଯ୍ୟ ସମୟରେ କମ୍ପ୍ୟୁଟର ଓ ମୋବାଇଲ ପ୍ରଦାନ, ସଂଶୋଧିତ ଜବ ଚାର୍ଟ ଘୋଷଣା ସଂଘ ଦାବି କରିଛି । ଯଦି ଆଗାମୀ ଦିନରେ ଦାବି ପୂରଣ ନ ହୁଏ ଅଗଷ୍ଟ ୧ ତାରିଖରୁ କର୍ମଚାରୀମାନେ ସମୂହ ଛୁଟିରେ ରହିବା ସହ କୃଷି ଅଧିକାରୀଙ୍କ କାଯ୍ୟାଳୟ ପରିସରରେ ଧାରଣାରେ ବସିବେ ବୋଲି ଭଞ୍ଜନଗର ବ୍ଳକ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ସମ୍ପାଦକ ବିଷ୍ଣୁ ଚରଣ ବେହେରା କହିଛନ୍ତି । ମଧୁସ୍ମିତା ପ୍ରଧାନ, ସଂଘମିତ୍ରା ସାମନ୍ତ, ସୁରଜୀତା ପତି ପ୍ରମୁଖ କଳା ବ୍ୟାଜ୍ ପରିଧାନ କରି କାଯ୍ୟରେ ଯୋଗ ଦେଇଥିଲେ ।