ଅନୁସନ୍ଧାନ ଭାରତ(ବ୍ୟୁର): ଫୁଲବାଣୀ ଧର୍ମାଞ୍ଚଳ ଅଧୀନସ୍ଥ ଉଦୟଗିରି ପାଷ୍ଟରେ ସମ୍ମିଳନୀ ପକ୍ଷରୁ ଆଜି କନବାଗେରି ଉତ୍ତର ଭାରତ ମଣ୍ଡଳୀ ଠାରେ ସଣ୍ଡେସ୍କୁଲ ରାଲି ଅନୁଷ୍ଠିତ ହୋଇଛି I ଏହି ରାଲିରେ ଉଦୟଗିରି ପାଷ୍ଟରେ ସମ୍ମିଳନୀ, ଟିକାବାଲି ପାଷ୍ଟରେଟ, ରାଇକିଆ ପାଷ୍ଟରେଟ ଅଧୀନରେ ଥିବା ୩୦ଟି ଚର୍ଚ୍ଚରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସଣ୍ଡେସ୍କୁଲ ନିର୍ଦେଶୀକା ବହନମି ନାୟକ, ଦାରିଙ୍ଗବାଡ଼ି ଏରିଆ ସୁପରି ଟେଣ୍ଡେଣ୍ଟ ଆକାଶ ପାଉଲ, ଉଦୟଗିରି ପାଷ୍ଟରେଟ ସମ୍ମିଳନୀର ସେକ୍ରେଟାରୀ ପ୍ରକାଶ ନାୟକ, ଉଦୟଗିରି ପାଷ୍ଟରେଟ ସମ୍ମିଳନୀର ସଣ୍ଡେସ୍କୁଲ ଆବାହିକା ସସ୍ମିତା ଦେଇ ପ୍ରଧାନ, ଉଦୟଗିରି ପାଷ୍ଟରେଟ ସମ୍ମିଳନୀର କୋଷାଦକ୍ଷ ସୁଜିତ ନାୟକ, ରାଜେନ୍ଦ୍ର ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ I
କାର୍ଯ୍ୟକ୍ରମରେ ସଣ୍ଡେସ୍କୁଲ ନିର୍ଦେଶୀକା ବହନମି ନାୟକ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଦେଇ ଥିବା ବେଳେ ଦାରିଙ୍ଗବାଡ଼ି ଏରିଆ ସୁପରି ଟେଣ୍ଡେଣ୍ଟ ଆକାଶ ପାଉଲ ବାଇବଲ ଧର୍ମ ଶାସ୍ତ୍ର ଯହନ ୧୦:୧-୧୧ରୁ ” ଯୀଶୁ କହିଲେ ମୁଁ ଉତ୍ତମ ମେଷ ପାଳକ” ପ୍ରସଂଘକୁ ନେଇ ଶିକ୍ଷା ଦେଇ ଥିଲେ I ଏହି କାର୍ଯ୍ୟକ୍ରମକୁ ଉଦୟଗିରି ପାଷ୍ଟରେଟ ସମ୍ମିଳନୀର ସଣ୍ଡେସ୍କୁଲ ଆବାହିକା ସସ୍ମିତା ଦେଇ ପ୍ରଧାନ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ କନବାଗେରି ଉତ୍ତର ଭାରତ ମଣ୍ଡଳୀର ସଦସ୍ୟ ସହଯୋଗ କରିଥିଲେ I