ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ଅଧୀନରେ ଥିବା ସାଉଥ କୋ ବିଦ୍ୟୁତ କାର୍ଯ୍ୟଳୟ ଠାରେ ଆଜି କାର୍ଯ୍ୟରତ କର୍ମଚାରିମାନେ କଳାବ୍ୟଚ ପିନ୍ଧି ଟାଟା ପାୱାର ଲିମିଟେଡ଼ କମ୍ପାନୀ ବିରୋଧରେ ନାରା ବାଜି ଦେଇ ଆନ୍ଦୋଳନ କରିଥିଲେ I କର୍ମଚାରିମାନଙ୍କ ମୁଖ୍ୟ ଦାବୀ ଗୁଡ଼ିକ ହେଉଛି ଦୀର୍ଘ ୧୭ ବର୍ଷ ଧରି କର୍ମଚାରିମାନେ ଅଂଚଳରେ ରହି ଜନସାଧାରଣଙ୍କୁ ଖରା, ବର୍ଷା, ବାତ୍ୟା ଆଦି ସମୟରେ ସେବା ଯୋଗାଇ ଆସୁଛନ୍ତି I ସରକାର କର୍ମଚାରିଙ୍କୁ ପୂର୍ଵରୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ମଧ୍ୟ୍ୟ ଦେଇଥିଲେ I କିନ୍ତୁ ସରକାର ଶ୍ରମିକମାନଙ୍କୁ ପଛରେ ପକାଇ ଦୀର୍ଘ ବର୍ଷ ଧରି କର୍ମଚାରିମାନଙ୍କୁ ଲଲି ପୋପଦେଇ ନିଜ କଥା ନିଜେ ରଖି ପାରିନାହାନ୍ତି ବୋଲି ଅଭିଯୋଗ କରି ଆଜି ବାଧ୍ୟ୍ୟ ହୋଇ କଳା ବ୍ୟଚ ପିନ୍ଧି ପ୍ରତିବାଦ କରୁଥିବା ସଂଘ ପକ୍ଷରୁ କୁହାଯାଇଛି I
ଆଜିର ଏହି ପ୍ରତିବାଦରେ ସାଉଥ ଜୁନର ସେକସନ ଅର୍ଗାନାଇଜର ଅରୁଣ କୁମାର ସାହୁ, ସବଡିଭିଜନ ଅର୍ଗାନାଇଜର ଟୁକୁନା ସ୍ୱାଇଁ, ଓଡିଶା ବିଦ୍ୟୁତ କର୍ମଚାରି ମହାସଂଘର ଆବାହକ ଶ୍ରୀ ହର ପ୍ରସାଦ ବିଶୋଇଙ୍କ ନେତୃତ୍ୱରେ ଆଜି ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଛି I ଆଗାମୀ ଦିନରେ ଯଦି ଶ୍ରମିକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆ ନ ଯାଏ ତେବେ ସଂଘ ପକ୍ଷରୁ ସାରା ଓଡିଶାକୁ ଅନ୍ଧାର ରଖିବେ ବୋଲି କଡା ଚେତାବନୀ ଦେଇଛନ୍ତି I ଏହି ଆନ୍ଦୋଳନକୁ ଶ୍ରମିକ ଶଙ୍କର କୁମାର ସାହୁ, ପ୍ରମୋଦ ପ୍ରଧାନ, ଦିଲ୍ଲୀପ ସାହୁ, ଯୋଗମୋହନ ସାହୁ, ରମାକାନ୍ତ ପ୍ରଧାନ, ବିରଙ୍ଗ ଦିଗାଲ ପ୍ରମୁଖ ସହଯୋଗ ଥିଲେ I