ଆନ୍ତର୍ଜାତିୟ ଗଣିତ ଅଲିମ୍ପିଆଡ଼ରେ ଫୁଲବାଣୀ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ବି.କେ ଜୟନ୍ତ ଶ୍ରେଣୀ ଟପର…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ଅନ୍ତର୍ଜାତୀୟ ଗଣିତ ଅଲମ୍ପିଆଡର ଫୁଲବାଣୀ ସ୍ଥିତ କେନ୍ଦ୍ରୟ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ଷଷ୍ଠ ଶ୍ରେଣୀର ଛାତ୍ର ବି.କେ ଜୟନ୍ତ(କ୍ରିଷ୍ଣା)୨୦୨୨-୨୩ ବର୍ଷର ଶ୍ରେଣୀ ଟପ୍ପର ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ବି.କେ ଜୟନ୍ତ ଉକ୍ତ ବିଦ୍ୟାୟରେ ୬ ବର୍ଷ ହେଲା ଅଧୟରତ ଅଛନ୍ତି ଓ ଟିକାବାଲି ବ୍ଲକର ଜୀବିକା ମିଶନ ସିଏମ ଶ୍ରୀ ଭାଗିରଥି ପୃଷ୍ଟି ଓ ମାତା °✓ମମତା ପୃଷ୍ଟିଙ୍କର କନିଷ୍ଠ ସନ୍ତାନ ଅଟେ । ଉକ୍ତ ମେଡାଲଟି ବି.କେ ଜୟନ୍ତଙ୍କର ସ୍ୱର୍ଗୀୟ ମାତା ମମତା ପୃଷ୍ଟିଙ୍କର ଉଦ୍ଦେଶ୍ୟରେ ଉଚ୍ଚର୍ଗ କରିବା ପାଇଁ ପରିବାର ତରଫରୁ କୁହାଯାଇଛି । ଏହି ସଫଳତାର ଶ୍ରେୟ କେନ୍ଦ୍ରୀୟ ବିଦ୍ୟାଳୟ ର ୫ ଶ୍ରେଣୀ ଶିକ୍ଷକ ଓ ଅନ୍ୟ ସମସ୍ତ ଶିକ୍ଷକଙ୍କର ବୋଲି ଛାତ୍ର ଜଣକ ପ୍ରକାଶ କରିଛି ।