ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଟିକାବାଲି ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଟିକାବାଲି ବ୍ଲକ କଂଗ୍ରେସ କମିଟି ସଭାପତି ଗୋକୁଳ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ଅନୁସୂଚିତ ଅଦକ୍ଷ ପ୍ରଫୁଲ୍ଲ ଦିଗାଲଙ୍କ ସମେତ ବ୍ଲକର କଂଗ୍ରେସ କର୍ମୀ ଟିକାବାଲି ପେଟ୍ରୋଲ ପମ୍ପ ଠାରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I ବର୍ତ୍ତମାନ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମନମୁଖୀ ଶାସନ ଯୋଗୁଁ ଆଜି ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଦର କମିବାର ନା ଧରୁ ନାହିଁ I ଏଥିରେ ଗରୀବ କୁଲି ମୁଜୁରିଆ ଶ୍ରେଣୀର ଲୋକମାନେ ବହୁତ ପ୍ରଭାବିତ ହେଉଛନ୍ତି ବୋଲି ବ୍ଲକ କଂଗ୍ରେସ ସଭାପତି ମତପ୍ରକାଶ କରିଛନ୍ତି I ଏହି କାର୍ଯ୍ୟକ୍ରମରେ କଂଗ୍ରେସ କାର୍ଯ୍ୟକାରି ସଦସ୍ୟ ସାମୁଏଲ ନାୟକ, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠକ ବ୍ଲକ ସଭାପତି ଚନ୍ଦନ ପଣ୍ଡା, ଶିବାଜୀ ଦିଗାଲ, ରମା ପଣ୍ଡା ଓ ପିଙ୍କୁ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ I