ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବଡନ୍ତାପଡ଼ା ଠାରେ ବ୍ଲକ ସ୍ତରୀୟ ରେଙ୍ଗଟୁ ମାଳି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇ ଯାଇଏଛି l ଏହି ଟୁର୍ନାମେଣ୍ଟରେ ବିଭିନ୍ନ ବ୍ଲକର କୋଡିଏ ଗୋଟି ଦଳ ଅଂଶଗ୍ରହଣ କରିଥିବାବେଳେ ଆଗାମୀ ଦଶ ଦିନ ଧରି ଏହି ଟୁର୍ନାମେଣ୍ଟ ଚାଲିବ ବୋଲି ଆୟୋଜକ ବସନ୍ତପଡ଼ା କମିଟି ଠାରୁ ସୂଚନା ମିଳିଛି l ଆଜି ପ୍ରଥମ ଦିନରେ ଦୁଇ ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା l ମୁନିଗୁଡାର ଗୋବର୍ଧନପୁର ଏବଂ ଲାଞ୍ଜିଗଡର ହରେକୃଷ୍ଣପୁର ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳା ଯାଇ ଥିବାବେଳେ ଦ୍ୱିତୀୟ ମ୍ୟାଚ ବେଦାନ୍ତ ଏବଂ ବାଣିପଙ୍ଗା ମଧ୍ୟରେ ହୋଇ ଥିଲା l
ଏହି ଦୁଇଟି ମ୍ୟାଚରେ ପ୍ରଥମ ମ୍ୟାଚ ହରେକୃଷ୍ଣପୁର ଜିତି ଥିବାବେଳେ ଦ୍ୱିତୀୟ ମ୍ୟାଚ ବାଣିପଙ୍ଗା ଜିତିଥିଲା l ଏହି ମ୍ୟାଚରେ ଖେଳାଳିମାନଙ୍କୁ ଉତ୍ସlହିତ କରିବା ପାଇଁ ମୁଖ୍ୟଅତିଥି ରୂପେ ବସନ୍ତପଡ଼ା ସରପଞ୍ଚ ଚାଁଚେର ମାଝୀ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥିଭାବେ ବିଜେଡ଼ି ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ,ବେଦାନ୍ତର ଭଗବାନ ହୋତା, ଶ୍ରୀମୁଖ ଅଗସ୍ତି, ଶ୍ଵେତା ମହାପାତ୍ର, ଓଂକାର ଆଚାର୍ଯ୍ୟ, କିରନ ପଟନାୟକ, ସାନ୍ତନୁ ବିଶି, ରାଜେନ୍ଦ୍ର ମାଳି, ପ୍ରମୁଖ ଯୋଗଦେଇଥିଲେ l ମ୍ୟାଚ ପରିଚାଳନା କରିଥିଲେ ଆକାଶ ମାଝୀ, ଏବଂ ସୁଦାମ ମାଝୀ, ଆୟୋଜକ ବସନ୍ତପଡ଼ା କ୍ରିକେଟ ଟିମର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରୁଥିବା ଦେଖିବାକୁ ମିଳିଛି l