ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ବାଇଞ୍ଚବଣିଆ ହିରୋ ଶୋରୁମ ନିକଟରେ ବିଳମ୍ବିତ ରାତ୍ରିରେ ଏକ ମାଲ ବୋଝେଇ ଟ୍ରକ ଆସ୍କାରୁ ହିଂଜିଳି ଅଭିମୁଖେ ଯିବା ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ ଡିଭାଇଡର କୁ ପିଟି ହୋଇ ଯାଇଥିଲା I ଫଳରେ ଟ୍ରକର ସାମ୍ନା ପଟ ଭାଙ୍ଗି ଯାଇଥିବା ବେଳେ ଡିଭାଇଡର ବି ଭାଙ୍ଗି ଯାଇଛି । ଟ୍ରକ ଚାଳକ ସହ ହେଲ୍ପର୍ ସମସ୍ତେ ସୁରକ୍ଷିତ ଅଛନ୍ତି । ଘଟଣା ସ୍ଥଳରେ ହିଂଜିଳି ପୋଲିସ ପହଞ୍ଚି ତଦନ୍ତ କରି ଥିବା ସୂଚନା I