ଶାନ୍ତି ମୈତ୍ରୀ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା କିଟ ପ୍ରଦାନ ….

ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ପରିସରରେ ବାଲିଗୁଡା ବ୍ଲକରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା କିଟ ଶାନ୍ତି ମୋତ୍ରୀ ପକ୍ଷରୁ ଗତକାଲି ବଣ୍ଟନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାଲିଗୁଡା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ବାରଖମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଅଭିନବ ସେନାପତି, ଶାନ୍ତି ମୈତ୍ରୀ ଅନୁଷ୍ଠାନର ଭଗବାନ ଜେନା ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ କର୍ମୀଙ୍କ ପରିଶ୍ରମ ବୃଥାରେ ଯିବନି ସେମାନେ ଗ୍ରାମାଞ୍ଚଳ ରେ ଲୋକ ମାନଙ୍କ ଲର ସୁରକ୍ଷା ପ୍ରତି ଅନବରତ କାର୍ଯ୍ୟ କରି ଆସୁଛନ୍ତି I ଆମର ସେମାନେ ସୁରକ୍ଷା କବଚ ରୂପେ ନିଜ ପରିବାରକୁ ପଛରେ ରଖି କାର୍ଯ୍ୟ ଜାରୀ ରଖିଛନ୍ତି ବୋଲି ମତବ୍ୟକ୍ତ କରିବା ସହ ବାଲିଗୁଡା ବ୍ଲକର ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା କିଟ ପ୍ରଦାନକରି ଥିଲେ I ଶାନ୍ତି ମୋଇତ୍ରୀ ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ମାକ୍ସ, ସାନିଟାଇଜ଼ର, ବିଶୋଧନ, ଅକ୍ସସିମିଟର, ଗ୍ଲୋଭସ ଆଦି ପ୍ରଦାନ କରାଯାଇଛି I ଶାନ୍ତି ମୈତ୍ରୀ ଅନୁଷ୍ଠାନର ସମ୍ପାଦକ ଭଗବାନ ଜେନା ବାଲିଗୁଡା ବ୍ଲକକୁ ସମ୍ପୂର୍ଣ କୋରନା ମୁକ୍ତ ଅଂଚଳ ପାଇଁ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ସାହାଯ୍ୟ ସହଯୋଗ କାମନା କରିଛନ୍ତି I