ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ଜିଲ୍ଲା ମାନ୍ୟତା ଦାବି ନେଇ ମୁଣ୍ଡ ଟେକିଛି ସ୍ଥାନିୟ ଅଞ୍ଚଳରେ ଅସୋନ୍ତଷ । ଆଜି ଜିଲ୍ଲା ମାନ୍ୟତା ଦାବିରେ ଗୁଣପୁର ଜନ ସାଧାରଣ ଓ ବିଭିନ୍ନ ସଂଗଠନ ପକ୍ଷରୁ ପୁରୁଣା ବସ୍ ଷ୍ଟାଣ୍ଡ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ଶୋଭାଯାତ୍ରା ବାହାରି ଗୁଣପୁର ନୂତନ ବସ୍ ଷ୍ଟାଣ୍ଡ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଗୁଣପୁର ଉପଜିଲ୍ଲାପାଳ ଲଳିତ କୁମାର କଁଅରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଦାବୀ ସମୁହ ମଧ୍ୟରେ ଗୁଣପୁରକୁ ଜିଲ୍ଲା ମାନ୍ୟତା ଦେବା, ବିଷମକଟକକୁ ଉପଖଣ୍ଡ ମାନ୍ୟତା, ପଦ୍ମପୁର ଓ ମୁନିଗୁଡ଼ାକୁ ଏନ୍ଏସି ମାନ୍ୟତା ଦାବି ରହିଛି । ୧୯୯୩ ମସିହାରେ ବିଜୁବାବୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଗୁଣପୁର ଉପଖଣ୍ଡକୁ ବିଜୁ ୩୧ ନାମରେ ଗୁଣପୁର ଜିଲ୍ଲା କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏବେ ଏହାକୁ ରାଜ୍ୟସରକାର ଗୁରୁତ୍ବ ଦେଇନଥିବା ଯୋଗୁଁ ଅସୋନ୍ତଷ ଅଞ୍ଚଳରେ ଦେଖାଦେଇଛି । ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବାପା ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରନ୍ତୁ ବୋଲି ଜନସାଧାରଣ ଦାବି କରିଛନ୍ତି ।