ଅନୁସନ୍ଧାନ ଭାରତ(ବ୍ୟୁର): ଲାଞ୍ଜିଗଡ଼ ବ୍ଲକ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ମୂଷା ନାଳ ସେକ୍ସନ ପଦ୍ମଥୋପା ଗ୍ରାମ୍ୟ ଜଙ୍ଗଲ ଆଜି ରାତ୍ରି ନିଆଁ ଲାଗି ଧ୍ୱଂସ ହେବାରେ ଲାଗିଛି l ଏହି ସମ୍ପର୍କରେ ମୂଷାନାଲ ବନାଞ୍ଚଳ ଅଧିକାରୀ ଚିନ୍ତାମଣି ମଝିଙ୍କୁ ଜଣାଇଲା ପରେବି ନିରବ ରହିଥିଲେ l ଜଙ୍ଗଲ ରେ ଲକ୍ଷାଧିକ ଗଛ ନିଆଁରେ ପୋଡି ଧ୍ୱଂସ ହୋଇ ଯାଇଛି । ମୂଷାନାଳ ବନ ବିଭାଗ ଅଧୀନରେ ଥିବା ଏହି ପଦ୍ମଥୋପା ଗ୍ରାମ୍ୟ ଜଙ୍ଗଲ ବାହାରେ ବହୁ ଅନାବନା ଗଛ ଲାଗି ରହିଥିବା ବେଳେ ବହୁଦିନ ଧରି ଏହାକୁ ସଫାସୁତୁରା କରାଯାଉନାହିଁ । ଗତ କାଲି ନିକଟସ୍ଥ ଜଙ୍ଗଲରୁ ନିଆଁ ଆସି ଜଙ୍ଗଲରେ ଲାଗି ଯାଇଥିଲା।ବନ ବିଭାଗର ଅନୁପସ୍ଥିତ ଓ ଅବହେଳା ଯୋଗୁଁ ପୂର୍ବରୁ ଫାୟାର ଲାଇନ ମଧ୍ୟ୍ୟ କଟା ଯାଇନଥିଲା।ଯାହା ଫଳରେ ଜଙ୍ଗଲର ଶୁଖିଲା ପତ୍ର ପଡି ରହିଥିବା ଯୋଗୁଁ ସହଜରେ ନିଆଁ ଲାଗି ଯାଇ ହଜାର ହଜାର ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି।କିନ୍ତୁ ପରିତାପର ବିଷୟ ବନବିଭାଗ ଜାଣିଲା ପରେ ମଧ୍ୟ୍ୟ ଏବେ ଯାଏଁ କୌଣସି ବନାଞ୍ଚଳ ଅଧିକାରୀ ପହଞ୍ଚିନାହାନ୍ତି l ଯାହାକି ଏକ ମାତ୍ର ସ୍ଥାନୀୟ ଫରେଷ୍ଟ ସ୍କୁଆର୍ଡ ଗୋପୀ ବେନାଳ ଗଛକୁ ସୁରକ୍ଷା ଦେଇପାରି ନଥିଲେ ମଧ୍ୟ୍ୟ ନିଆଁ ଲିବାଇବାରେ ସକ୍ଷମ ହେଇପାରିଥିଲେ l ପରିତାପର ବିଷୟ ନିରୀହ ଜନତା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ବାଲି କିମ୍ବା ଗଛ ଖଣ୍ଡେ ବ୍ୟବହାର ପାଇଁ ଆଣିଲେ ତୁରନ୍ତ ଚାଲାଣ କାଟିବାପାଇଁ ବହୁତ ଜଲଦି ଆସି ଚାଲାଣ ଜବତ କରିନିଅନ୍ତି l କିନ୍ତୁ ଦୁଃଖର ବିଷୟ ଲକ୍ଷାଧିକ ଟଙ୍କା ର ଗଛ ପୋଡି ନଷ୍ଟ ହେବାକୁ ଯାଉଥିବା ସମୟ ରେ ଖବର ଦେବା ପରେ ମଧ୍ୟ କେହି ଘଟଣା ସ୍ଥଳକୁ ଆସିନଥିଲେ l ନିଆଁ ରେ ଜଳିପଡି ଗଛ ପାଉଁଶ ହେଲା ପରେ ଲାଞ୍ଜିଗଡରୁ ଦମକଳ ବିଭାଗ ର ଗାଡି ପହଂଚି ଥିଲା I