୨୬ ବର୍ଷ ଧରି ନିର୍ମାଣ ହେଉ ଥିବା ପୁରାତନ ବସ ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ ପାଇଁ ଅଣ୍ଟା ଭିଡ଼ିଲା ଘୁ. ଉଦୟଗିରି ପ୍ରଶାସନ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ ୨୬ ବର୍ଷରେ ନିର୍ମାଣ ହେଉ ଥିବା ପୁରାତନ ବସ ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଣ୍ଟା ଭିଡ଼ିଛି ସ୍ଥାନୀୟ ପ୍ରଶାସନ I ଏସଂକ୍ରାନ୍ତରେ ଆଜି ଘୁ.ଉଦୟଗିରି ପଞ୍ଚାୟତ ସମିତି ସଭା ଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ଆବାହନ କ୍ରମେ ଦୀର୍ଘ ୨୬ ବର୍ଷ ତଳର ନିର୍ମିତ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା ନିମନ୍ତେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଚଳିତ ମାସ 25 ତାରିଖ ଠାରୁ ବସ ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରାଯିବା ନିମନ୍ତେ ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇ ଥିଲା I ଏଥିରେ ଘୁ.ଉଦୟଗିରି ଅଞ୍ଚଳରବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ସମ୍ପର୍କରେ ନିଜର ସୁଚିନ୍ତିତ ମତା ମତ ପ୍ରଦାନ କରିଥିଲେ I ଏହି ବୈଠକ ରେ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ, ଏନଏସି ଉପାଧ୍ୟାକ୍ଷ ସନ୍ତୋଷ କୁମାର ବାଘଙ୍କ ସମେତ ଘରୋଇ ବସ ମାଲିକ ମନୋଜ କୁମାର ପଣ୍ଡା, ଅଟୋ ମାଲିକ ସଂଘ ସଭାପତି ବାବୁଲି ମହାନ୍ତି, ମାଆ ବରଳଦେବୀ ଘରୋଇ ବସ କର୍ମଚାରୀ ସଂଘ ତରଫରୁ ବଳରାମ ତ୍ରିପାଠୀଙ୍କ ସହ ସମସ୍ତ ସାମ୍ବାଦିକ, ଏନଏସି ନିର୍ବାଚିତ ପ୍ରତିନିଧି, ବ୍ଲକ ନିର୍ବାଚିତ ପ୍ରତିନିଧି ଏବଂ ସହରର ବହୁ ଜନସାଧାରଣ ଯୋଗ ଦେଇ ବସ ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ସହଯୋଗ କରିବେ ବୋଲି ମତ ପ୍ରଦାନ କରିଥିଲେ I