ଭାରତୀୟ ଦଳରେ ଓଡ଼ିଶାରୁ ଏକମାତ୍ର ସଦସ୍ୟ ଭାବେ ୨୫ତମ ଫୁଟଭଲ ବିଶ୍ଵକପ ପ୍ରତିଯୋଗିତାରେ ଖେଳିବେ ପପୁନା ସାହୁ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ର ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ ଏକାଡେମୀ ଘୁ. ଉଦୟଗିରିରେ ପ୍ରଶିକ୍ଷଣ ପ୍ରାପ୍ତ ଗୁଟିଗିଂଆ ଗ୍ରାମ ନିବାସୀ ପପୁନା ସାହୁ ଫୁଟଭଲ ଖେଳରେ ଭାରତୀୟ ଜାତୀୟ ଦଳରେ ଖେଳିବା ପାଇଁ ମନୋନୀତ ହୋଇ ଛନ୍ତି I କେରଳ ରାଜ୍ୟର କୋଚିକୋଡି ଠାରେ ଚଳିତ ବର୍ଷ ୨୪,୨୫,୨୬ ତାରିଖ ତିନିଦିନ ଧରି ଆୟୋଜନ ହେଉଥିବା ୨୫ତମ ଫୁଟଭଲି ବିଶ୍ଵକପ ପ୍ରତିଯୋଗିତା ରେ ଭାରତୀୟ ଜାତୀୟ ଦଳରେ ଖେଳିବା ପାଇଁଁ ଭାରତିୟ ଫୁଟଭଲି ଫେଡରେସନ , ନୂଆଦିଲ୍ଲୀ ରୁ ଓଡ଼ିଶାରୁ ଏକମାତ୍ର ଖେଳାଳୀ ଭାବେ ଡାକରା ପାଇ ଆଜି କେରଳ ଗସ୍ତ କରିଛନ୍ତି I ଯାହାଫଳରେ ଅଞ୍ଚଳ ବାସୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି I ଏକାଡେମୀର ପ୍ରଶିକ୍ଷକ ଚନ୍ଦନ ସୋରେନ୍, ପ୍ରଶିକ୍ଷକା ସୁସ୍ମିତା ସାହୁ, ଅନୁଷ୍ଠାନର ସ୍ଥାପକ ସମାଜସେବୀ ମହମ୍ମଦ ଜିଆଉଦ୍ଧିନ୍ ଅହମ୍ମଦ୍, ରାଜ୍ୟ ଫୁଟଭଲ ଆସୋସିଏସନର ସମ୍ପାଦକ ଶ୍ରୀଯୁକ୍ତ ପ୍ରଶ୍ନ କୁମାର ରାଉତ, ରାଜ୍ୟ ଫୁଟବଲ ଟେନିସ୍ ଆସୋସିଏସନର ରାଜ୍ୟର ବରିଷ୍ଠ କ୍ରୀଡା ସଂଗଠକ ଶ୍ରୀଯୁକ୍ତ ସହଦେବ ରାଉତ, ଜିଲ୍ଲାର କ୍ରୀଡ଼ାପ୍ରେମୀ ଏବଂ ଖେଳାଳୀ କହ୍ନେଇ ନାୟକ, କଳାମୋହନ ନାୟକ, ବାଦଲ ର୍ବୃଗି, ଆଶିଶ ର୍ବୃଗି, ଲିଣ୍ଟନ୍, ବାବୁ ଦେହୁରୀ, ଶ୍ରୀରାମ ଦେହୁରୀ, ବାପୁନା ନାୟକ, ଅର୍ଚ୍ଚିତା ପ୍ରଧାନ, ମାନସୀ ପ୍ରଧାନ, ରାହୁଲ ନାୟକ, ବିଜୟ ପ୍ରଧାନ, ଇମାନ୍ୟୁଏଲ ନାୟକ, ଉଥପ୍ ପ୍ରଧାନ, ଶ୍ରୀକାନ୍ତ ପ୍ରଧାନ, ଜିଲ୍ଲା ଫୁଟଭଲି ଆସୋସିଏସନର ସଭାପତି ଅଶୋକ କୁମାର ପଟ୍ଟନାୟକ, ପୁର୍ବତନ ଖେଳାଳି ନାରାୟଣ ସାହୁ , ଅଭିରାମ ମହାନ୍ତି ଏସ୍ କେ ସାଦିକ, ଘୁ ଉଦୟଗିରି ନାଗରିକ ସମାଜର କିଶୋର ଚନ୍ଦ୍ର ନାୟକ, ସଂଞିତ୍ କୁମାର ପ୍ରଧାନ, ପ୍ରଫୁଲ କୁମାର ରାଉତ, ଟାରଜନ ସାହୁ, ଆଲଫନଜା ରାଜା, ଅଧ୍ୟାପକ ରାଜେଶ କୁମାର ବାଘ, ଖେଳ ଶିକ୍ଷକ ସଂଜୟ ସାହୁ ଖେଳ ଶିକ୍ଷୟତ୍ରୀ ରେଣୁବାଳା ପ୍ରଧାନ, କୃଷକ ନେତା ସନାତନ ପ୍ରଧାନ, ନରେଶ ପ୍ରଧାନ‌, ବୁଦ୍ଧଦେବ ପ୍ରଧାନ, ଗାୟକ ପ୍ରଧାନ, ବିରେନ୍ଦ୍ର ପ୍ରଧାନ, ଭାସ୍କର ପ୍ରଧାନ, ଗ୍ରେସିଂଗିଆ ପଞ୍ଚାୟତ ସରପଞ୍ଚ ଇଂ ତ୍ରୀଶିଳା ପ୍ରଧାନ, ଗୁଟିଗିଂଆ ସରପଞ୍ଚ ଶ୍ରୀମତୀ ଆକାଂକ୍ଷା ପ୍ରଧାନ, ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ବିଧାୟକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇବା ସହ ଶୁଭକାମନା ଜଣାଇ ତାଙ୍କର ଉତ୍ତରତରକାମନା ଜଣାଇଛନ୍ତି। ଏଠାରେ ଜଣାଇବାକୁ ଚାହୁଁ ଆସାର୍ଟ୍ ସାମାଜିକ ଅନୁଷ୍ଠାନ ଏବଂ ଆଇରହନ୍ ୱଲଫର‌ ଫାଉଣ୍ଡେସନ ଟ୍ରଷ୍ଟ ର ସହଯୋଗ, ପ୍ରଛାହନରେ ଜିଲ୍ଲା ରେ ଲୁକ୍କାୟିତ ଭାବେ ଥିବା ପ୍ରତିଭାମାନଙ୍କୁ ଚିହ୍ନଟ କରି ଦକ୍ଷତା ସଂପନ୍ନ ପ୍ରଶିକ୍ଷକମାନଙ୍କ ଦ୍ବାରା ସେମାନଙ୍କ ଦକ୍ଷତା ବୃଦ୍ଧି କରିବା, ରାଜ୍ୟ ଏବଂ ରାଷ୍ଟ୍ରୀୟ ଚୟନ‌ କର୍ମକର୍ତ୍ତାମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଭିନ୍ନ ପ୍ରତିୟୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରି ଆନ୍ତର୍ଜାତିକ କ୍ରୀଡାବିତ୍ କରିବା ପାଇଁ ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ ଏକାଡେମୀର ସ୍ଥାପନା କରି ଅପହଞ୍ଚ ଇଲାକାରେ ବସବାସ କରୁଥିବା ଆର୍ଥିକ ଅନାଟନର କୁନି କୁନି ପିଲାମାନଙ୍କୁ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ସମ୍ମାନ ଏବଂ ନ୍ୟାୟ ପ୍ରଦାନ କରିବାର ଲକ୍ଷ୍ୟ ନେଇ ରଗବୀ, ଫୁଟବଲ, ସନ୍ତରଣ, ଭଲିବଲ, ଏଥଲେଟିକ୍ , କ୍ରୀକେଟ୍, ସିପକ ଟାକ୍ରୋ, ଫଟଭଲ, ଫୁଟବଲ ଟେନିସ୍, ଭଳି ଖେଳକୁ ପ୍ରଛାହନ କାର୍ଯ୍ୟ କ୍ରମ ହାତକୁ ନେଇ ରଗବୀ, ଫୁଟଭଲି, ଫୁଟବଲ ଟେନିସ୍ ଭଳି ଖେଳରେ ରାଜ୍ୟ ଏବଂ ରାଷ୍ଟ୍ରୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ଖେଳାଳୀ ସୃଷ୍ଟି କରିବାରେ ନିଜ ପ୍ରଚେଷ୍ଟାରେ ସକ୍ଷମ ହୋଇପାରିଛୁ ବୋଲି ଏକାଡେମୀର ସ୍ଥାପକ ମହମ୍ମଦ ଜିଆଉଦ୍ଧିନ୍ ଅହମ୍ମଦ୍ କହିଛନ୍ତି ।