ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର ବ୍ଳକ ସ୍ଥିତ ତୋୟାପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହେଲେ କୌଣସି କାରଣ ବଶତଃ ବେକରେ ଦୌଡି ଲଗାଇ ନିଜ ଛୁଆ ଓ ସ୍ତ୍ରୀଙ୍କୁ ମାରି ଲିଙ୍ଗରାଜ ବିଶୋଇ ଯାହାର ଉପନାମ ରାଜା ବିଶୋଇ ନିଜେ ଦୌଡି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସ୍ଥାନୀୟ ପୁଲିସ ଦ୍ୱାରା ମୃତ ସ୍ବାମୀ ଲିଙ୍ଗରାଜ ବିଶୋଇ ତାଙ୍କ ସ୍ତ୍ରୀ ସହ ଶିଶୁର ଶବକୁ ଠାବ କରାଯାଇଛି। ସ୍ତ୍ରୀର ମୃତ୍ୟ ଦେହ ସଫାରେ ପଡିଥିବା ବେଳେ ଛୂଆ ମୃତ୍ୟ ଦେହ ତଳେ ପଡିଛି ଏବଂ ସ୍ବାମୀ ଲିଙ୍ଗରାଜଙ୍କ ମୃତ ଦେହ ଛାତରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଏପରି ଅଭାବନୀୟ ଘଟଣା ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ଘଟଣା ସ୍ଥଳରେ ଲକ୍ଷ୍ମୀପୁର ପୁଲିସ ପହଞ୍ଚି ତଦନ୍ତ କରିଛି । ଏଡେ ବଡ ଘଟଣା କିପରି ହେଲା ତାହା ପୁଲିସ ଦ୍ଵାରା ତନାଘନା କରି ସାରିବା ପରେ ଏହା ଆତ୍ମହତ୍ୟା ନା ଏହା ଭିତରେ କୌଣସି ଷଡଯନ୍ତ୍ର ରହିଛି ତାହା ଜଣାପଡ଼ିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ପଦାକୁ ଆସିବା ବୋଲି ଅଂଚଳ ବାସୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି I