ଅତାବିରାରୁ ଆରମ୍ଭ ହେଲା ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରା…..

ଅନୁସନ୍ଧାନ ଭାରତ(ବ୍ୟୁର) : ଆଜି ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରାର ଅସ୍ଥାୟୀ କ୍ୟାମ୍ପରୁ ସକାଳ ୧୦ ଘଣ୍ଟା ସମୟରେ ପଦଯାତ୍ରା ଆରମ୍ଭ ହୋଇଥିଲା । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପଦଯାତ୍ରାରେ ସହସ୍ରାଧିକ ଲୋକ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ପଦଯାତ୍ରୀ ଦଳ ଧୀରେ ଧୀରେ ଆଗକୁ ବଢ଼ିବାରେ ଲାଗିଥିଲା । ଦୂଳଦୁଲି ବାଜାର ତାଳେ ତାଳେ ପଦଯାତ୍ରୀମାନେ ଆଗକୁ ବଢୁଥିବା ବେଳେ ରାସ୍ତାରେ କୋଶଳ ଆନ୍ଧ୍ର କଲ୍ୟାଣ ମଣ୍ଡପ ପାଖରେ କୋଶଳ ଆନ୍ଧ୍ର କଲ୍ଚରାଲ ଏସୋସିଏସନର କର୍ମକର୍ତ୍ତା ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ଅତାବିରା ଥାନା ପାଖରେ ଅତାବିରା ଗ୍ରାମ୍ୟ କମିଟି , ମହିଳା ସମିତି, ଅତାବିରା ମୁସଲିମ ସମାଜ, ବରିଷ୍ଠ ନାଗରିକ ସଂଘ, ବଜରଙ୍ଗ ଦଳ, ଭିନ୍ନକ୍ଷମ ସଂଘ, ଓକିଲ ସଂଘ, ଲାଦର ପାଲି ଛକରେ ଏଫ୍ ସି ଆଇ ଶ୍ରମିକ ସଂଘ, ରେଙ୍ଗାଲି କେମ୍ପ ଛକରେ ମହିଳା ସମିତି, ପୁର୍ବତନ ସୈନିକମାନେ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଥିଲେ । ଆଜିର ଏହି ପଦଯାତ୍ରା ରେଙ୍ଗାଲି କେମ୍ପ୍ ଛକରେ ପହଞ୍ଚି ମଧ୍ୟାହ୍ନ ଭୋଜନ ପରେ ବରଗଡ ଅଭିମୁଖେ ବାହାରିଥିଲା । ପଦଯାତ୍ରା ସମୟର ଶ୍ରୀ ପଟ୍ଟନାୟକ ରାସ୍ତାରେ ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ ଓ ଡଃ ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ପଦଯାତ୍ରା ସମୟରେ ଶ୍ରୀ ପଟ୍ଟନାୟକଙ୍କ ନିହାର ରଞ୍ଜନ ମହାନନ୍ଦ, ଜିଲ୍ଲା କଂଗ୍ରେସ ସଭାପତି ବରଗଡ଼ ମାନସ ଚୌଧୁରୀ, ଜିଲ୍ଲା କଂଗ୍ରେସ ସଭାପତି କଟକ ବାଙ୍କନିଧି ବେହେରା, ଅଧ୍ୟକ୍ଷ ପିସିସି ଅନୁସୂଚିତ ଜାତି ମୂଖ୍ୟ ପ୍ରଦୀପ ଦେବତା, ଯୁଗଳ ସିଂ, ସରୋଜ ଷଡ଼ଙ୍ଗୀ, ରବି ପଣ୍ଡା, ସୁଶିଲ ଭୋଇ, କେ ପି ଶ୍ରୀନିବାସ, ଉନ୍ନି ନାୟାର, ଭୂପେନ୍ଦ୍ର ପଟେଲ, ଜ୍ଞାନ ପଟ୍ଟନାୟକ, ଓଡ଼ିଶା ସେବଦଳ ଇନ୍ ଚାର୍ଜ ପୂର୍ବ ବିଧାୟକ ଚେନ ସିଂ ସମେଲ, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ନରୋତ୍ତମ ନାୟକ, ସଞ୍ଜୟ ତ୍ରିପାଠୀ, ମୂଜାଫର ହୁସେନ, ଦୀପକ ରାୟ, ଜିତୁ ଭୋଇ, ଅବିନାଶ ପଧାନ, ଅଭିଷେକ ନାୟକ, ବିକାଶ ବହିଦାର, କୈଳାଶ ସାହୁ, ସୁବାଷ ପ୍ରଧାନ, ପ୍ରଦୀପ ମହାପାତ୍ର, ଭୋକଲ ସେଠୀ ପ୍ରମୁଖ ସାମିଲ ଥିଲେ । ପ୍ରକାଶ ଥାଉକି ଗତ ୧୯ ତାରିଖ ଅପରାହ୍ନରେ ଅତାବିରା ଠାରେ ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରା ଦଳ ପହଞ୍ଚି ଅସ୍ଥାୟୀ କ୍ୟାମ୍ପରେ ଅବସ୍ଥାନ କରିଥିଲେ ।