ଭଞ୍ଜନଗର ନିର୍ବାଚନ ମଣ୍ଡଳିରେ ବିଜେଡ଼ିର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ, ଯୋଗଦେଲେ ବହୁ ନେତା ଓ କର୍ମୀ…..

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ବର୍ଗତଃ ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାରେ ବିଜୁ ଜନତା ଦଳ ଏକ ଆଞ୍ଚଳିକ ରାଜନୈତିକ ଦଳ ଭାବେ ଗତ ୨୫ବର୍ଷ ହେଲା ଉତ୍ସର୍ଗୀକୃତ ମନୋଭାବ ନେଇ ରାଜ୍ୟବାସୀଙ୍କର ଆସ୍ଥାଭାଜନ ହୋଇପାରିଛି । ଜନତାଙ୍କ ପାଇଁ ଜନହିତକର ଯୋଜନା କାଯ୍ୟକାରୀ କରିବାରେ ସାରା ଭାରତରେ ଇତିହାସ ସୃଷ୍ଟି କରିଛି ବିଜେଡି ସରକାର । ରାଜ୍ୟରେ ୫ଟି ଜରିଆରେ ବିକାଶ ଆଗେଇ ଚାଲିଥିବା ବେଳେ ବିକାଶ ବିଜେଡିର ମନ୍ତ୍ର ହୋଇଥିବାରୁ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳୀୟ ନେତା ଓ କର୍ମୀ ୨୫ ବର୍ଷ ଧରି କାଯ୍ୟ କରି ଆସୁଛନ୍ତି। ଫଳରେ ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। କୋଭିଡ଼ ସମୟରେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଓଡ଼ିଶାର ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ଭଞ୍ଜନଗର ବ୍ଲକରେ ୨୯ହଜାରରୁ ଉର୍ଦ୍ଧ୍ବ ଓ ଏନଏସିରେ ୨୬ଶହରୁ ଉର୍ଦ୍ଧ୍ବ ଲୋକ ଏହି ଯୋଜନାରେ ସାମିଲ ହୋଇପାରିଛନ୍ତି । ନିରନ୍ତର ଭାବେ ଆଜି ଓଡ଼ିଶାର ଉନ୍ନତି ହେବାରେ ଲାଗିଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଭାରତରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି । ଏଥି ସହିତ ମା’ମାନଙ୍କ ସଶକ୍ତିକରଣ ବିନା କୌଣସି ରାଜ୍ୟ ବା ଦେଶ କିମ୍ବା ପରିବାର ଆଗେଇ ପାରିବ ନାହିଁ। ଓଡ଼ିଶା, ମିଶନ ଶକ୍ତି ମା’ମାନଙ୍କ ସଶକ୍ତିକରଣ ଦିଗରେ ସବୁବେଳେ ବାଟ ଦେଖାଇ ଚାଲିବ । ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ୭୦ ଲକ୍ଷ ମା’ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ବିଭାଗ ରହିଛି। ମିଶନ ଶକ୍ତି ଜରିଆରେ ସବୁ କ୍ଷେତ୍ରରେ ମହିଳା ମାନେ ଆଜି ସ୍ୱାଭଲବୀ ହୋଇ ପାରୁଛନ୍ତି । ନବୀନ ପଟ୍ଟନାୟକଙ୍କ ଯୁଗ ମହିଳାଙ୍କ ପାଇଁ ସୁବର୍ଣ୍ଣ ଯୁଗ ବୋଲି ବିଜେଡ଼ିର ୨୬ ତମ ପ୍ରତିଷ୍ଠା ଦିବସରେ ଅବସରରେ ମତ ପ୍ରକାଶ ପାଇଛି । ସ୍ଥାନୀୟ ଜଳସେଚନ ଡାକ ବଙ୍ଗଳା ଠାରେ ଜିଲ୍ଲା ସଭାପତି ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଳର ଜିଲ୍ଲା ପଯ୍ୟବେକ୍ଷକ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ସମେତ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତାନନ୍ଦ ସାମନ୍ତ, କାଜୁ ନିଗମ ଅଧ୍ୟକ୍ଷ ସୁଭାଷ ମହାରଣା, ଭଞ୍ଜନଗର ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ନଗର ସଭାପତି ରାଜେନ୍ଦ୍ର ବିଷୋୟୀ, ଜିଲ୍ଲା ବିଜେଡି ଉପସଭାପତି ରାଜ କୁମାର ସାହୁ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଭି. ସଞ୍ଜୀବ କୁମାର ରାଜୁ, ଜିଲ୍ଲା ସମ୍ପାଦିକା ସଂଯୁକ୍ତା ବେହେରା,ବ୍ଲକ ମହିଳା ସଭାନେତ୍ରୀ ଶୈଳବାଳା ବିଷୋୟୀ,ଏନଏସି ସଭା ନେତ୍ରୀ ସୁଜ୍ଞାନୀ କୁମାରୀ ଗୌଡ଼, ବ୍ଲକ ଯୁବ ସଭାପତି ରବୀନ୍ଦ୍ର କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ଜଗନ୍ନାଥ ପ୍ରସାଦ ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁ, ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର,ଜଗନ୍ନାଥ ପ୍ରସାଦ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ, ଏନଏସି ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ନଗର ଯୁବ ସଭାପତି ସୁଧୀର ରଞ୍ଜନ ବେହେରାଙ୍କ ସମେତ ଅନ୍ୟାନ୍ୟ ନେତା ମାନେ ଉପସ୍ଥିତ ରହି ବିଜେଡ଼ିର ଦୀର୍ଘ ପଚିଶ ବର୍ଷର ସୁଶାସନ ସମ୍ପର୍କରେ ମତ ଦେଇ ଥିଲେ । ଏହି ଅବସରରେ ସାଂସଦ ଡ଼.ଶ୍ରୀ ସାମନ୍ତ ଖୁବ ଶୀଘ୍ର ଭଞ୍ଜନଗରରେ କିମ୍ସ ପକ୍ଷରୁ ଏକ ୨୦୦ ଶଯ୍ୟା ବିଶିଷ୍ଟ ନୂତନ ହସ୍ପିଟାଲ ନିର୍ମାଣ ହେବା ନେଇ ଘୋଷଣା କରିଥିଲେ । ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ କାଯ୍ୟ ଆରମ୍ଭ ହେବା ନେଇ ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି । ସାଂସଦ ପ୍ରତିନିଧି ଦିବାକର ନାୟକ ସଭା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲକ,ଏନଏସିର ବହୁ ନେତୃବୃନ୍ଦ, ଶୂଳପାଣି ଶତପଥୀଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ । ଶେଷରେ ସଂଘଠକ ରଙ୍କନିଧି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।