ନବ ନିର୍ବାଚିତ ଡୁମୁରିପୁଟ ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି ସଭାପତି ନାରାୟଣ ବିଷୟୀଙ୍କ ଦାୟୀତ୍ବ ଗ୍ରହଣ…..

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜ଼ିଲ୍ଲା ବିଜୁ ଜନତା ଦଳ ଜିଲ୍ଲା ଉପସଭାପତି ତଥା ନବ ନିର୍ବାଚିତ ଡୁମୁରିପୁଟ ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି  ସଭାପତି ନାରାୟଣ ବିଶୋଇଙ୍କ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବାହ୍ନରେ ଡିଆରସିଏସ୍ଏସ୍ କାର୍ଯ୍ୟାଳୟରେ ଦଳୀୟ ନେତା ଏବଂ ସମର୍ଥକମାନଙ୍କ ଗହଣରେ ପହଞ୍ଚି ସେ ଦାୟିତ୍ବ ଗ୍ରହଣ କରିଥିଲେ । ଜିଲ୍ଲା ବିଜେଡି ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, ବିଧାୟକ ରଘୁରାମ ପଡାଲ , ପ୍ରଭୂ ଯାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତ ମେଲେକା, ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝି ଆଇନଜୀବୀ ବିଦ୍ୟାଧର ସାହୁଙ୍କ ସହ ଶତାଧୂକ କର୍ମୀ ଶ୍ରୀ ବିଶୋଇଙ୍କୁ ଶୁଭକାମନା ଜଣାଇଥିଲେ । କାର୍ଯ୍ୟକ୍ରମରେ ଡିଆରସିଏମ୍ଏସ୍ ସମ୍ପାଦକ ଗୌରୀ ଶଙ୍କର , ଉପସଭାନେତ୍ରୀ ଗୀତା ମୁଦୁଲିଙ୍କ ସମେତ ଅନ୍ୟାନ୍ୟ ପରିଚାଳନା କମିଟି ସଦସ୍ୟ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ଡିଆରସିଏସ୍ଏସ୍‌ର ଜମି ପୁନରୁଦ୍ଧାର ଓ ଦୋକାନ ଗୃହ ନିର୍ମାଣ କରିବା ସହ ଅନ୍ୟାନ୍ୟ ବ୍ୟବସାୟ ଆରମ୍ଭ କରିବା ଦିଗରେ ସେ ପ୍ରାଧାନ୍ୟ ଦେବେ ବୋଲି ସଭାପତି ନାରାୟଣ ବିଷୋୟୀ ପ୍ରକାଶ କରିଛନ୍ତି ।