ଘୁ.ଉଦୟଗିରିର କୁର୍ମିଙ୍ଗିଆ ଠାରେ ହାତୀପଲ….

ଅନୁସନ୍ଧାନ ଭାରତ(ବ୍ୟୁର): ହାତୀପଲ ଜନବସତି ମୁହାଁ ହୋଇ ହୋଇ ଥିବାର ଦେଖିବାକୁ ମିଳିଛି I କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ କୁର୍ମିଙ୍ଗିଆ ଗ୍ରାମର ରାଜିଆମା ନାମକ ସ୍ଥାନରେ ଆଜି ସକାଳେ ଅଞ୍ଚଳବାସୀ ହାତୀପଲ ଦେଖି ଥିବା ପ୍ରକାଶ କରିଛନ୍ତି I ଆଜି ସକାଳ ସମୟରେ କୁର୍ମିଙ୍ଗିଆ ଗ୍ରାମର ଲୋକମାନେ ଆମ୍ବ ଆଣିବା ପାଇଁ ଯାଇ ହାତୀପଲ ଦେଖି ଭୟରେ ଦୌଡ଼ି ଆସି ଥିଲେ I ଏହି ସ୍ଥାନ କୁର୍ମିଙ୍ଗିଆ ଗ୍ରାମ ଠାରୁ ମାତ୍ରକ କିଛି ମିଟର ଦୂରରେ ଥିବାରୁ ଅଞ୍ଚଳବାସୀ ଭୟଭୀତ ଥିବା ପ୍ରକାଶ କରିଛନ୍ତି I ଘଟଣା ସମ୍ପର୍କରେ ଆମେ ଘୁ.ଉଦୟଗିରି ରେଞ୍ଜରଙ୍କ ସହ ଯୋଗାଯୋଗ କରିଥିଲୁ I କୁର୍ମିଙ୍ଗିଆ ଠାରେ ହାତୀପଲ ଥିବାକୁ ନେଇ ତାଙ୍କ ପାଖରେ କୌଣସି ସୂଚନା ନ ଥିବା କହିଛନ୍ତି I