ଦାରିଙ୍ଗବାଡ଼ିରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଦାରିଙ୍ଗବାଡ଼ି ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଳକ  ଯୁବ ଭିନ୍ନକ୍ଷମ ସଂଗଠନ ପକ୍ଷରୁ ପାଳନ ପାଇଁ ସମସ୍ତ ଆୟୋଜନ କରିଥିଲେ । ବ୍ଳକର ବିଭିନ୍ନ ଅଞ୍ଚଳରେ ଥିବା ସମସ୍ତ ଦିବ୍ୟାଙ୍ଗ କୁନିକୁନି ଶିଶୁ, ବାର୍ଦ୍ଧକ୍ୟମାନଙ୍କୁ ସରକାରଙ୍କ ଦ୍ଵାରା ଉପଲବ୍ଧ ହେଉଥିବା ବିଭିନ୍ନ ସୁବିଧା ସୁଯୋଗ କିପରି ଭାବରେ ଉପକୃତ ହୋଇପାରିବେ ସେହି ବିଷୟରେ ଆଲୋଚନା କରିବା ସହ ପ୍ରତ୍ୟେକ ଭିନ୍ନକ୍ଷମ କିପରି ଭାବେ ସ୍ୱାବଲମ୍ବୀ ହୋଇ ପାରିବେ ସେଥିପାଇଁ  ସ୍ବେଚ୍ଛାସେବୀ ଅନୁଷ୍ଠାନ କନ୍ଧମାଳ ସବୁଜବୈଦ ସଂଗଠନ ସଂପାଦକ ଦୀନବନ୍ଧୁ ମହାରଣା, ଜାଗୃତି ସଂପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ସାହାଯ୍ୟର ହାତ ବଢ଼େଇବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରେ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କୁ ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇଥିଲେ ଓ ଯୋଜନାରୁ ମଧ୍ୟ ବଞ୍ଚିତ ଥିବା ଭିନ୍ନକ୍ଷମମାନଙ୍କୁ ସୁବିଧା ଯୋଗେଇ ଦେବା ପାଈଁ ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମରେ ଯୁବ ଭିନ୍ନକ୍ଷମ ସଂଗଠନ ସଭାପତି ପୁରୁଷୋତ୍ତମ ସାହୁ ଅଧ୍ୟକ୍ଷ କରିଥିଲା ବେଳେ ସଂପାଦକ  ଅଜୟ ମୁଠାମାଝୀ ସଂଯୋଜନା କରିଥିଲେ ।