ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ରେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ଜିଆଇଇଟି ବିଶ୍ଵବିଦ୍ୟାଳୟ ପୁରସ୍କୃତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଜିଆଇଇଟି ବିଶ୍ଵବିଦ୍ୟାଳୟ ଗୁଣପୁରକୁ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ରେ ଷ୍ଟାର୍ଟ ଅପ୍ ବୁଟ୍ କ୍ୟାମ୍ପ କାଯ୍ୟକ୍ରମ ପାଇଁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ଓଡିଶା ସରକାରଙ୍କ ଦ୍ଵାରା ସଂମ୍ମନିତ କରାଯାଇଛି । ଏହି ଉତ୍ସବରେ ଓଡିଶା ସରକାରଙ୍କ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଠାରୁ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ.ଭି. ଜଗନ୍ନାଧ ରାଓଙ୍କୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଦଶ ହଜାର ଛାତ୍ରଛାତ୍ରୀ ଷ୍ଟାର୍ଟ ଅପ ଓଡ଼ିଶାରେ ଅଂଶ ଗ୍ରହଣ କରି  ସେମାନଙ୍କର ନୂତନ ଚିନ୍ତାଧାରା ପ୍ରୟୋଗ କରି ବିଭିନ୍ନ ସମସ୍ୟାର ସମାଧାନର ପନ୍ଥା ଏଠାରେ ଉପସ୍ଥାପନ କରିଥିଲେ । ଏଥିରେ ଜିଆଇଇଟି ବିଶ୍ୱବିଦ୍ୟାଳୟରୁ ଦୁଇଜଣ ଛାତ୍ରଛାତ୍ରୀ ଯଥା କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରୁ ଶ୍ରୀ ଅଙ୍କିତ କୃଷ୍ଣ ଏବଂ ବାୟୋ-ଟେକ୍ନୋଲୋଜି ବିଭାଗରୁ ସୁଶ୍ରୀ ମାଳତୀ ହେମ୍ବ୍ରମ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ ।  ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ଶୁଭ ଅବସରରେ ଜିଆଇଇଟି ବିଶ୍ଵ ବିଦ୍ୟାଳୟର ସଭାପତି ଡକ୍ଟର ସତ୍ୟ ପ୍ରକାଶ ପଣ୍ଡା, ଉପ-ସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା, ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, କୁଳପତି ଡ଼ଃ ଗୌତମ ଘୋଷ ପ୍ରମୁଖ ଏହି ଦୁଇ କୃତୀ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜିଆଇଇଟି ବିଶ୍ଵବିଦ୍ୟାଳୟର ଅଟଳ କମ୍ୟୁନିଟି ଇନୋଭେସନ୍ ସେଣ୍ଟରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁନୀଲ ଏମ ପୁନିତ, ଇଡିପି ସେଲର ଆବାହକ ପ୍ରଫେସର ରାଧନାଥ ପାତ୍ର ଏବଂ ପ୍ରଫେସର ରାକେଶ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।