ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗସ୍ତକ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ ସହ ନିରୀକ୍ଷଣ କଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ପ୍ରଥମେ ସେରଙ୍ଗ ଐହିତ ସମ୍ପନ ବାସଗୃହ ପୁନଃଉଦ୍ଧାର ଓ ଉଦଘାଟନ ଅବସରରେ ବିଡ଼ିଓ ଓ ଏଇଇ ପୁଷ୍ପଗଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟତମ ନିରୀକ୍ଷକ ଅଧିକାରୀ ଜୟରାମ ଶତପଥୀ ଓ ଡ଼ିଏସପି ରାଜକିଶୋର ଦାସ ଯୋଗ ଦେଇଥିଲେ । ଉଦଘାଟନ କରିବା ସହ ସେଠାକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ ଦେଖିଥିଲେ । ସେରଙ୍ଗ ଅଞ୍ଚଳରେ ଇଂରେଜମାନେ ଆଗରୁ ଆସି ବସବାସ କରୁଥିଲେ l ବର୍ତ୍ତମାନ ବିଦେଶୀ ପର୍ଯ୍ୟଟକମାନେ ଗ୍ରୀଷ୍ମ ଋତୁରେ ସେରଙ୍ଗ ଆସୁଛନ୍ତି l ସେରଙ୍ଗ ଅଞ୍ଚଳ ଉଚ୍ଚ ପାହାଡ଼ିଆ ଘେରରେ ରହିଥିବା ଯୋଗୁଁ ଏଠାକାର ଜଳବାୟୁକୁ ଲକ୍ଷ୍ୟ କରି ଅଞ୍ଚଳରେ ଥିବା ଭୁବନି, ତାରାତାରିଣୀ ମନ୍ଦିର, ଦେବଗିରି ଶୃଙ୍ଗ ଓ ତୁମୁଲ ପର୍ବତକୁ ପର୍ଯ୍ୟଟନ ସ୍ଥଳୀ ଚିହ୍ନଟ କରିବା ପାଇଁ ବିଡ଼ିଓଙ୍କ ସହିତ ଆଲୋଚନା କରିଥିଲେ ଜିଲ୍ଲାପାଳ । ଏଠାକାର ବାତାବରଣ ଦେଖି ଏସପି ଶ୍ରୀ ଶତପଥୀ ରାସ୍ତା କୋଡ଼ରେ ସନ୍ଦର୍ଯ୍ୟକରିଣ ବୃକ୍ଷରୋପଣ କରିବାକୁ ନିର୍ଦ୍ଦେଶ ଦେଇଥିବା ସହିତ ଏଠାକାର ପାଣି ପବନ ଅତି ସୁନ୍ଦର ବୋଲୀ କହିଛନ୍ତି । ନୂତନ ଭାବେ ନିର୍ମାଣ ହେଇଥିବା ବାସଗୃହ ଅତିଥିମାନଙ୍କୁ ଆକୃଷ୍ଟ କରିବା ପାଇଁ ଚାରିପଟେ ଫୁଲଗଛ ଲଗାଇବା ସହିତ ଆଲୋକୀକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଗସ୍ତ ସମୟରେ ଡ଼ିଏସପି ରାଜକିଶୋର ଦାସ, ବିଡ଼ିଓ ଅନୁପ ଅଭିଷେଖ ବେହେରା, ଆଇଆଇସି ଅଶୋକ କୁମାର ହଁସଦା, ଏଇଇ ବିଭୁ ଚନ୍ଦନ ପୂଜାରୀ, ଏଏସଆଇ ଡ଼ି ଗଜପତି ଦୋରା, ଜେଇ କେଡ଼ିଏମ ସାହୁ ଓ ଗୁମ୍ମା ଫାଣ୍ଡି ଅଧିକାରୀ ଜଗାରଙ୍ଗା ଉପସ୍ଥିତ ଥିଲେ ।