ବରିଷ୍ଠ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ମାଲିକା ପଡ଼ି ପଞ୍ଚାୟତ ବାଡେନାଜୁ ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ପ୍ରଧାନ (୭୪)ଙ୍କ ଗତ ୧୨ ତାରିଖ ଦିନ ନିଜ ବାସଭବନରେ ଥିବା ସମୟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ସ୍ବର୍ଗତ ପ୍ରଧାନ ଶିକ୍ଷକ ୦୧/୦୪/୧୯୪୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଓ ୧୨/୧୧/୨୦୨୨ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରି ଥିବା ସୂଚନା ମିଳିଛି I ସେ ଜଣେ ସରଳ, ବନ୍ଧୁ ବତ୍ସଳ, ଶିକ୍ଷା ପ୍ରେମୀ ଥିଲେ I ନିଜ ଚାକିରି ଜୀବନ ଭିତରେ ଅନେକ ସ୍କୁଲରେ କାର୍ଯ୍ୟ କରିଥିବା ବେଳେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ କଟିମାହା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ ସମ୍ପାଦନ କରି ଅବସର ଗ୍ରହଣ କରିଥିଲେ I ସେ ନିଜ କର୍ମମୟ ଜୀବନରେ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରି ଭଲ ମଣିଷ ଗଢ଼ିଥିବା ଅନେକ ଛାତ୍ର, ଛାତ୍ରୀ କୋହୋଭରା କଣ୍ଠରେ ପ୍ରଶଂସା କରୁଥିବା ଶୁଣିବାକୁ ମିଳିଛି I ଗତ କାଲି ନିଜ ପୈତୃକ ଗ୍ରାମ ବାଡେନାଜୁ ଶ୍ମଶାନ ଠାରେ ଅନ୍ତିମ ସଂସ୍କାର କରାଯାଇଛି I ଏହି ଦୁଃଖଦ ସମୟରେ ପରିବାର ବର୍ଗ, ବନ୍ଧୁ ପରିଜନ, ସହକର୍ମୀ , ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ରହି ଶୋକାକୁଳ ପରିବେଶ ମଧ୍ୟରେ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ I