ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ଶ୍ରୀରାମପୁର ସିଆରପିଏଫ ୮ମ ବାଟାଲିଅନ ପକ୍ଷରୁ ଆଜି ଏକ ଜନ ସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଜରିଆରେ ଦୁର୍ଗମ ଅଂଚଳରେ ସାଧାରଣ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ପାଇଁ କରାଯାଉଥିବା ଜଣାଇଛନ୍ତି ସଂଜୀବ ଚୌଧୁରୀ ସେକେଣ୍ଡ ଇନ କମାଣ୍ଡ | 


ଶ୍ରୀରାମପୁର ଏବଂ ଯୁବାଗୁଡା ପଂଚାୟତର ୫୦ରୁ ଉର୍ଦ୍ଧ ଗରିବ ଶ୍ରେଣୀର ଲୋକଙ୍କୁ ଦୈନନ୍ଦିନ କୃଷିଉପଯୋଗୀ ସାମଗ୍ରୀ କୋଡ଼ି, କୋଦାଳ, ଦା ପ୍ରଦାନ କରାଯାଇଛି |ଏହି କାର୍ଯ୍ୟକ୍ରମକୁ ଦେବ ପିୟୁଷ ଭାରଦ୍ୱାଜଙ୍କ ନେତୃତ୍ୱ ଆୟୋଜନ କରାଯାଇଥିବା ବେଳେ ଝିଲିଗୁଡାର ସଂଜୀବ ଚୌଧୁରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ଯୁବାଗୁଡା ସରପଞ୍ଚ ପିତର ପାଟମାଝୀ, ସିଷ୍ଟର ସିଵା ମାରିଆ ଓ ଜେସି ପଲ୍ଲୀକା ଆତିଥ୍ୟତା ରୂପେ ମଂଚାସୀନ ହୋଇ ଶିବିର ସମ୍ପର୍କିତ ଉଦବୋଧନ ପ୍ରଦାନ କରିବା ସହ ପ୍ରଭାକର ପଟନାୟକ (ଏ କମ୍ପାନୀ ଅଫିସର କମାଣ୍ଡିଂ) ଶିବିର ପରିଚାଳନା କରିଥିଲେ ତାଙ୍କୁ ପ୍ରକାଶ ଚନ୍ଦ୍ର ମଲିକ ସମେତ ସବୁ ଯବାନ ସହଯୋଗ କରିଥିଲେ |