ଭଞ୍ଜନଗରରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ରକ୍ତର ବିକଳ୍ପ ସୃଷ୍ଟି ହୋଇନାହିଁ । ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଏକ ମାତ୍ର ବିକଳ୍ପ । ରକ୍ତଦାନ କରିବା ନିମନ୍ତେ ବ୍ୟପକ ସଚେତନ କରାଯାଉଥିଲେ ମଧ୍ୟ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ନୂତନ ରକ୍ତଦାତା ସୃଷ୍ଟି କରିବା ଆବଶ୍ୟକ l ବିଶେଷ କରି ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟ ଅପେକ୍ଷାକୃତ ଭାବେ ବହୁତ କମ୍ ରହିଥିବାରୁ ବିଭିନ୍ନ ରକ୍ତଦାନ ଶିବିର ସମୟରେ ଅଧିକରୁ ଅଧିକ ମହିଳାମାନଙ୍କୁ ଏହି ରକ୍ତଦାନରେ ସାମିଲ କରିବା ପାଇଁ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପାଳନ ଅବସରରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ରକ୍ତ କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମେଡିକାଲ୍ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥି ଅଧ୍ୟକ୍ଷତା କରିଥିଲେ । ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ରକ୍ତ ଭଣ୍ଡାର ଅଧିକାରୀ ଡା.ଗୋବିନ୍ଦ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗରୀବ ଅସହାୟ ରୋଗୀମାନଙ୍କୁ ସହାୟତା କରିବା ପାଇଁ ନିୟମିତ ରକ୍ତଦାନ ଶିବିର ଆୟୋଜନ କରିବା ଜରୁରୀ ବୋଲି ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମେଡିକାଲ୍ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ । ଏହି ଅବସରରେ ନିୟମିତ ରକ୍ତଦାନ ଶିବିର କରୁଥିବା ସମ୍ବାଦ ଆମ ଓଡ଼ିଶା, ଆମ ପୁଲିସ ସମିତି, ବିପଦର ବନ୍ଧୁ ଭଳି ପ୍ରାୟ ୨୫ ଟି ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା, ବେଲଗୁଣ୍ଠା ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର, କ୍ଷତ୍ରୀୟବ୍ରହ୍ମପୁର କଲେଜ ଅଧ୍ୟକ୍ଷ ବି.ଗୋବିନ୍ଦ ରାଓ, ଏନ୍ଏସି ଇଓ ଆଶୁତୋଷ ଗୌରବ କର, ସୁରେନ୍ଦ୍ର ମହାପାତ୍ର, ବିପିନ କୁମାର ପାଣିଗ୍ରାହୀ, ସୀମାଞ୍ଚଳ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।