ଅଗ୍ନିବିର ସୈନ୍ୟବାହିନୀରେ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକମାନଙ୍କୁ ହାଇଟେକ ଗ୍ରୁପ ତରଫରୁ ଜୋତା ଓ ଟି-ସାର୍ଟ ବଣ୍ଟନ……….

ଅନୁସନ୍ଧାନ ଭାରତ(ବ୍ୟୁର): ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ପୁଲିସ ପଡିଆଠାରେ ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକମାନଙ୍କୁ ଆଜି ହାଇଟେକ ଗ୍ରୁପ ତରଫରୁ ଟି-ସାର୍ଟ ଓ ଜୋତା ବଣ୍ଟନ କରଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ବରିଷ୍ଠ ବିଜେଡ଼ି ନେତା ତଥା ହାଇଟେକ ଗ୍ରୁପ ଅଧକ୍ଷ ଡଃ ତିରୂପତି ପାଣିଗ୍ରାହୀ ଓ ଇଂ ରୂପେଶ ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବାରା ତିରୁପତି ରାଓ ଯୋଗ ଦେଇ ଜୋତା ଓ ଟି-ଶାର୍ଟ ବଣ୍ଟନ କରିଥିଲେ l ଏହି ସାମଗ୍ରୀ ବଣ୍ଟନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଅଗ୍ନିବିର ସୈନ୍ୟବାହିନୀରେ ତାଲିମ ପାଉଥିବା ଯୁବକମାନଙ୍କୁ ଉତ୍ସାହିତ କରିବା ମୁଖ୍ୟ ଉଦେଶ୍ୟ ବୋଲି କହିଥିଲେ ଡଃ ପାଣିଗ୍ରାହୀ l ଯୁବକମାନେ ତାଲିମ ପରେ ଆଗାମୀ ଦିନରେ ଆର୍ମି ,ନେଭି, ପୁଲିସି ଓ ବିଭିନ୍ନ ଫୋର୍ସ ରେ ନିଯୁକ୍ତି ପାଇପାରିବେ ଓ ଆମେ ସେମାନଙ୍କୁ ସହଯୋଗ କରିବୁ ବୋଲି ପ୍ରତିସୁତି ଦେଇଛନ୍ତି ଇଂଜିନିୟର ରୂପେଶ ପାଣିଗ୍ରାହୀ । ଏହି କାର୍ଯ୍ୟକ୍ରମ ଅବସରରେ, ବିଜେଡି ନେତା ମାରୁତ ପାଳ, ଜିଲ୍ଲା ପରିଷଦ ସଦସ୍ୟ ଏସ ବାଲରାଜୁ, ପାରଳାଖେମୁଣ୍ଡି ପୌରପରିଷଦ ସମସ୍ତ କାଉନ୍ସିଲୋର , ସମସ୍ତ ବ୍ଲକର ସରପଞ୍ଚ ଓ ସମିତି ଏବଂ ସମସ୍ତ ବ୍ଲକର ବିଜେଡ଼ି ନେତା ଓ କର୍ମୀମାନେ ଯୋଗଦେଇଥିଲେ ।