ଲଗାଣ ଲୁଘୁଚାପ ବର୍ଷାରେ ଧୋଇ ହେଇ ଗଲା ରାସ୍ତା, କୁନିକୁନି ଶିଶୁଙ୍କୁ ଗଛ ତଳେ ବସାଇ ମରାମତି କଲେ ଗ୍ରାମବାସୀ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତ ବାସୁଗାଣ୍ଡା ଗ୍ରାମବାସୀ ନିଜ ଉଦ୍ୟମରେ ରାସ୍ତା କାମ କରୁ ଥିବାର୍ ନଜର ଆସିଛି l ସ୍ଥାନୀୟ ସରପଞ୍ଚଙ୍କୁ କହିବା ସ୍ୱତେ କୌଣସି ସୁଫଳ ନମିଳିବାରୁ ଵାସୁଗାଣ୍ଡା ଗ୍ରାମବାସୀ ଦୁଇଦିନ ଧରି ମାଟି କାମ କରୁ ଥିବା ଦେଖା ଦେଇଛି l ଯେମିତି ମୋହାତ୍ମା ଗାନ୍ଧୀ ଜାତିୟୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମ କଲା ପରି ନିଜ ନିଜ କମଳ ମୋତି ଶିଶୁମାନଙ୍କୁ ନେଇ ଗଛ ତଳେ ବସାଇ ରାସ୍ତା କାମ କରୁ ଥିବର ଦେଖିବାକୁ ମିଳିଛି l ନିଜର କର୍ମ ଜୀବନକୁ ଜଳାଞ୍ଜଳି ଦେବା ସହିତ ନିଜର ଶ୍ରମ ମୂଲ୍ୟକୁ ବାଦ ଦେଇ ନିଜ ଅର୍ଥର କିଛି ମୂଲ୍ୟକୁ ସଂଗ୍ରହ କରି ରାସ୍ତା କାମ କରୁଅଛନ୍ତି ଗ୍ରାମବାସୀ l ଗ୍ରାମ ବାସୀଙ୍କ ଇଚ୍ଛା ଶକ୍ତିକୁ ଦେଖି ପ୍ରଶାସନ କେବେ ନିଦ ଭାଙ୍ଗିବ ବୋଲି ବୁଦ୍ଧି ଜୀବୀ ମହଲରେ ମତପ୍ରକାଶ ପାଇଛି l
I