ଜିଆଇଇଟି ବିଶ୍ଵବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂ ବିଭାଗର ଦ୍ଵିତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସ୍ଥାନୀୟ ଜିଆଇଇଟି ବିଶ୍ଵବିଦ୍ୟାଳୟର କେନ୍ଦ୍ରୀୟ କକ୍ଷରେ କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂ ବିଭାଗର ” କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂ ଆଣ୍ଡ ଆପ୍ଲିକେସନ-୨୦୨୨” ସମ୍ପର୍କୀୟ ଦ୍ଵିତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଇସିସିଏସଇଏ ରିଜନ- ୧୦ର ନିର୍ଦେଶକ ଦୀପକ ମାଥୁର ଯୋଗ ଦେଇ ୧୬୦ ଦେଶରେ ଏହି ସୋସାଇଟି ରହିଥିବା ବେଳେ ୪୦୦୦ ରୁ ଉର୍ଦ୍ଧ୍ବ ସଦସ୍ୟ ରହିଛନ୍ତି ବୋଲି କହି ଛନ୍ତି l ଏହି ସଂଘଠିତ ସଂସ୍ଥା ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କ ଉନ୍ନତି ସକାଶେ ବିଭିନ୍ନ ପଦକ୍ଷେପ ନେଉଅଛି l ପ୍ରଯୁକ୍ତି ବିଦ୍ୟାର ପରିବର୍ତ୍ତନ ସହ ନିଜର ଜ୍ଞାନ ଓ କୌଶଳର ପରିବର୍ତ୍ତନ ଜରୁରୀ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ l

csp

ସଂମାନୟୀ ଅତିଥି ଭାବେ ବେଙ୍ଗାଳୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ଆଡ଼ଜନ ପ୍ରଫେସର ଏଲ ଏନ ପଟ୍ଟନାୟକ ଯୋଗ ଦେଇ ବର୍ତ୍ତମାନ ଯୁଗ ରେ କମ୍ପୁଟରର ଆବଶ୍ୟକତା ସମସ୍ତ କ୍ଷେତ୍ରରେ ରହିଛି ଏବଂ ଏହାର ଉପଯୋଗିତା ସ୍ୱାସ୍ଥ୍ୟ, କୃଷି ଓ ଶିକ୍ଷା ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି l କୋଭିଡ ମହାମାରୀ ସମୟରେ ସାରା ଦେଶ ସ୍ତବ୍ଧ ହୋଇଥିବା ବେଳେ ଏହି କମ୍ପୁଟର ସାଇନ୍ସ ବ୍ୟବହାର ଦ୍ୱାରା ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିପାରିଥିଲେ ଏବଂ ଅନୁରୂପ ଭାବେ ଘରେ ରହି ଅଫିସର ସମସ୍ତ କାର୍ଯ୍ୟ ସମ୍ପାଦନ କରିବାରେ ସହାୟକ ହୋଇଥଲା ବୋଲି କହିଥିଲେ l ବିଶ୍ବବିଦ୍ୟାଳୟର ଉପ-ସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ କମ୍ପ୍ୟୁଟର ଶିକ୍ଷା କିପରି ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚି ପାରିବ ଏବଂ ସେମାନଙ୍କର ଜୀବିକାର ଉନ୍ନତିରେ ସହାୟକ ହୋଇପାରିବ ସେହି ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ମହାନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ଯୋଗଦେଇ ଯୁବ ଇଂଜିନିୟରିଂମାନେ ଆଗାମୀ ଦେଶର ଭବିଷ୍ୟତ ପାଇଁ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥଲେ l ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଡିନ ଡ଼ଃ ଏ. ବି.ଶ୍ରୀନିବାସ ରାଓ ସମ୍ମିଳନୀର ଆବଶ୍ୟକତା ବିଷୟରେ କହିଥିଲେ l କମ୍ପୁଟର ସାଇନ୍ସ ଇଂଜିନିୟରିଂ ବିଭାଗର ଡେ଼ପୁଟି ଡିନ ଡ଼ଃ ସଞ୍ଜୟ କୁମାର କୁଅଁର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରାଧ୍ୟାପକ ଡ଼ଃ ବ୍ରଜ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସମ୍ମିଳନୀରେ ବହୁ ଶିକ୍ଷାବିତ୍ତ, ଗବେଷକ, ବିଶ୍ଵ ବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜେ ରାଓ, ବିଭିନ୍ନ ବିଭାଗର ମୁଖ୍ୟ ,ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି l ଏହି ଅବସରରେ ଅତିଥିଙ୍କୁ ଦ୍ୱାରା ସ୍ୱରଣୀକା ଉନ୍ମୋଚନ କରାଯାଇଥିଲା l