ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ପୁରାତନ ସ୍ବେଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ୫୦ତମ ପ୍ରତିଷ୍ଠା ଦିବସରେ ଏବଂ ବୁଦ୍ଧ ଜୟନ୍ତୀ ତଥା ଗୋପବନ୍ଧୁ ଚୌଧୁରୀଙ୍କ ଜନ୍ମତିଥି ସମ୍ପ୍ରତିକ କୋଭିତ ମହାମାରୀ ଏବଂ ସମ୍ଭାବ୍ୟ ମହାବାତ୍ୟା ପରିପ୍ରେକ୍ଷୀରେ ପୁର୍ବବର୍ଷ ଭଳି ଚଳିତ ବର୍ଷ ବାର୍ଷିକ ଉତ୍ସବ ପାଳନ ନକରିବା ସ୍ଥିର କରାଯାଇଛି I
କିନ୍ତୁ ଉକ୍ତ ଦିନରେ କୋଭିତ ନିୟମବଳିକୁ ଅନୁସରଣ କରି ଅନୁଷ୍ଠାନର କର୍ମୀମାନଙ୍କ ମଧ୍ୟରେ ସର୍ଗତଃ ଗୋପବନ୍ଧୁ ଚୌଧୁରୀ ଓ ପୂଜ୍ୟ ଆଜ୍ଞା ସ୍ୱର୍ଗତ ବିଶ୍ଵନାଥ ପଟନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ ସର୍ବଧର୍ମ ପ୍ରାଥନା କରି ସମାପନ କରାଯାଇଥିଲା I