ଗୁଣପୁର ଜଗନ୍ନାଥ ମନ୍ଦିରର ଉନ୍ନୟନ କମିଟି ଗଠିତ ………….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ଜଗନ୍ନାଥ ମନ୍ଦିରର ଉନ୍ନୟନ କମିଟି ଗଠନ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ୪ ଘଟିକା ସମୟରେ ଗୁଣୁପୁର ତହସିଲଦାର କାର୍ଯ୍ୟକାଳ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ, ଗୁଣପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ଡ.ସତ୍ୟ ପ୍ରକାଶ ପଣ୍ଡା ମଞ୍ଚାସୀନ ହୋଇଥିଲେ l ଜଗନ୍ନାଥ ମନ୍ଦିରର ପୂର୍ବତନ ପରିଚାଳନା କମିଟିର ସଦସ୍ୟମାନେ ଏଥିରେ ଯୋଗ ଦେଇ ମନ୍ଦିରର ଉନ୍ନତି ନିମନ୍ତେ ଏବଂ ନୂତନ କମିଟି ଗଠନ ନିମନ୍ତେ ଆଲୋଚନା କରିଥିଲେ l ଜଗନ୍ନାଥ ମନ୍ଦିର ଉନ୍ନୟନ ଓ ପରିଚାଳନା ନିମନ୍ତେ କମିଟିର ନୂତନ ସଭାପତି ଭାବେ ଡ.ସତ୍ୟ ପ୍ରକାଶ ପଣ୍ଡାଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରି ସଭାପତି ଭାବେ ସୂର୍ଯ୍ୟନାରାୟଣ ପଣ୍ଡା, ଉପ ସଭାପତି ଭାବେ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ, ସମ୍ପାଦକ ଭାବେ ନିରଞ୍ଜନ ପାଢୀ, ଯୁଗ୍ମ ସମ୍ପାଦକ ଭାବେ ଏସ୍ ବାବା ପ୍ରସାଦ ଏବଂ କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟନାରାୟଣ ନାୟକଙ୍କୁ ଚୟନ କରାଯାଇଛି l ମାର୍ଗଦର୍ଶକ କମିଟିରେ ଦେବେନ୍ଦ୍ର ଚୌଧୁରୀ, ଡ.ରାମ ମହାନ୍ତି, ମନୋରଂଜନ ରଥ ଏବଂ କୃଷ୍ଣ ଚନ୍ଦ୍ର ବେବର୍ତା ଙ୍କୁ ଚୟନ କରାଯାଇଛି l ପରିଚାଳନା କମିଟିର ସଦସ୍ୟ ଭାବେ ଉମା ଦାଶ, ରଞ୍ଜିତ ପାଢି, ଅକ୍ଷୟ ଦାଶ, ପଂଣିଭୁଷଣ ପଟ୍ଟନାୟକଙ୍କୁ ଚୟନ କରାଯାଇଛି l ମନ୍ଦିରର ସେବା ଓ ସୁରକ୍ଷା କମିଟି ଗଠନ କରାଯାଇ ସେଥିରେ ଗାଜ ପାଳ, ହୃଷିକେଶ ରଥ, ଶକ୍ତି ଦାଶ, ତ୍ରିପତି ରଥ, ବି ସତୀଶ କୁମାର, ଡ଼ ପ୍ରଶାନ୍ତ ହୋତା, କୃଷ୍ଣ ପଣ୍ଡା, ଚିନ୍ମୟ ପାଣିଗ୍ରାହୀ, ଲାଡି ଇଶ୍ଵର ରାଓଙ୍କୁ ଚୟନ କରାଯାଇଛି l ସଭାପତି ଡ.ସତ୍ୟ ପ୍ରକାଶ ପଣ୍ଡା ପଣ୍ଡା ଏକ ସୁନ୍ଦର ବଗିଚା ନିର୍ମାଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ l