କୁମ୍ଭକର୍ଣ୍ଣ ନିଦ୍ରାରେ ଗଜପତି ଜିଲ୍ଲା ପ୍ରଶାସନ: ମନ୍ଥର ଗତିରେ ଉଦୟଗୁଡା ବିଜୁସେତୁ ନିର୍ମାଣ, ନିମାଣ ଅବଧି ସରିବା ପରେବି ସରୁନି କାମ, ହନ୍ତସନ୍ତ ଅଞ୍ଚଳ ବାସୀ…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁର୍ଗମ ଅଂଚଳର ବିକାଶ ନିମନ୍ତେ କୋଟି କୋଟି ଟଙ୍କାର ଯୋଜନା ଉପରେ ଯୋଜନା ଘୋଷଣା କରାଯାଉଛି I ହେଲେ ସେହି ଯୋଜନା ଗୁଡିକ ଦୁର୍ଗମ ଅଂଚଳରେ ନ ପହଁଚି ବାଟ ହୁଡ଼ି ଥିବା ଦେଖା ଦେଇଛି I ଯାହାର ଏକ ନଗ୍ନ ଚିତ୍ର ଗଜପତି ଜିଲ୍ଲା ଉଦୟଗୁଡା ଠାରେ ଦେଖିବାକୁ ମିଳିଛି I ଗଜପତି ଜିଲ୍ଲା ଆଦିବାସୀ ତଥା ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା ମାଧ୍ୟମରେ ସାଧାରଣ ଜନତାଙ୍କୁ ସୁବିଧା ଯୋଗାଇ ଜଗାଇ ଦେବା ପାଇଁ ଯୋଜନା କରୁଛନ୍ତି I ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବିଜୁ ସେତୁ ଯୋଜନାରେ ଉଦୟଗୁଡା ଠାରେ ୪୬୩.୬୨ ଲକ୍ଷ ଟଙ୍କା ଅଟକଳରେ ୨୯୧୯ ରେ ସେତୁକାର୍ଯ୍ୟ ଆରମ୍ଭ ହୋଇଛି I

csp

କିନ୍ତୁ ତାହାର ଶେଷ ହେବାର ନାମହିଁ ନେଉନି I ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଖାମଖିଆଲ ନୀତି ଯୋଗୁଁ ୧୦ରୁ୧୫ ଗ୍ରାମର ପ୍ରାୟ ୪୦୦୦ ହଜାର ଲୋକ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି I ଯାହାକି ପ୍ରତ୍ୟକ ଦିନ ସକାଳ ହେଲେ ସରକାରୀ କାର୍ଯ୍ୟ ହେଉ କି ପିଲାଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ କି ଅନ୍ୟ କୌଣସି କାର୍ଯ୍ୟ ହେଉ ସମସ୍ତେ ନୂଆଗଡ ବ୍ଲକ ଉପରେ ନିର୍ଭର କରନ୍ତି I ଏହି ସେତୁ ଉପରେ ଅଞ୍ଚଳ ବାସୀ ଅନେକ ଜରୁରୀ ସେବା ପାଇଁ ନିର୍ଭର କରି ଥାନ୍ତି I ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଉଦୟପୁର ବାସୀଙ୍କ ମୌଳିକ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଉନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ଏହି ସେତୁ ସମ୍ପୂର୍ଣ୍ଣ ପାଇଁ ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୁମ୍ଭକର୍ଣ ନିଦ୍ରାରେ ପ୍ରଶାସନ ଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି I ଏଣୁ ଭାଗ୍ୟକୁ ଆଦରି ବିପଦ ଶଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ସ୍ଥାନୀୟ ଲୋକେ I ଏ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଯଥା ଶୀଘ୍ର ଏହାର କାମ ସାରିବାକୁ ଠିକାଦାରଙ୍କୁ ନିର୍ଦେଶ ଦେବୀ ବୋଲି ପ୍ରତିକ୍ରିୟା ଦେଇଛନ୍ତି I ଆଗକୁ ଦେଖା ଯାଉ କେତେ ଦିନ ପରେ ପ୍ରଶାସନ ଆଉ ଠିକାଦାରଙ୍କନିଦ ଭାଙ୍ଗୁଛି I