ସାମ୍ବାଦିକ କୁନା ଦିଗାଲ ଦେଖାଇଲେ ମହାନତା, ଶିକ୍ଷକ ସରମା ବେହେରାଙ୍କୁ ଫେରସ୍ତ ଦେଲେ ହଜି ଯାଇଥିବା ମୋନିପୋର୍ସ୍………

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅଧୀନରେ କାର୍ଯ୍ୟରତ ଥିବା ଶିକ୍ଷକ ସରମା ବେହେରା ସ୍କୁଲରୁ ଡିୟୁଟି ସାରି ଫେରୁଥିବା ସମୟରେ ଫୁଲବାଣୀ ନଦୀଖଣ୍ଡି ସାଇ ନିକଟସ୍ତ ମୁଖ୍ୟ ରାସ୍ତା ଉପରେ ମନୀପର୍ସ ଖସିପଡ଼ି ଥିଲା l ସେହି ମନୀପୋର୍ସ୍ କନ୍ଧମାଳ ଜିଲ୍ଲାର ସାମ୍ବାଦିକ କୁନା ଦିଗାଲଙ୍କ ନଜର୍ରେ ପଡ଼ି ଥିଲା l ସାମ୍ବାଦିକ ଜଣକ ତାଙ୍କର ମନୀପର୍ସ ଫେରେଇବା ପାଇଁ ବହୁ ଉଦ୍ୟମ କରିଥିଲେ l ଶିକ୍ଷକଙ୍କ ସହ କୌଣସି ଯୋଗାଯୋଗ ନ ହେଇରୁ ଶେଷରେ ଶ୍ରୀ ଦିଗାଲ ଜିଲ୍ଲା ପରିବହନ କାର୍ୟାଳୟକୁ ଯାଇ ତାଙ୍କର ସମସ୍ତ ଠିକଣା ଏବଂ ଫୋନ ନମ୍ବର୍ ଆଣି ସେଇ ନମ୍ବର୍ ଯୋଗେ ଯୋଗାଯୋଗ କରିଥିଲେ l ସେହି ଯୋଗାଯୋଗ ମଧ୍ୟ ବିଫଳ ହେଇଥିଲା l ସରମା ବେହେରା ଯେହେତୁ ଫୁଲବାଣୀ ବ୍ଲକ୍ ଅଧିନରେ ଶିକ୍ଷକ ଅଛନ୍ତି ତେଣୁ ଫୁଲବାଣୀ ବ୍ଲକ୍ ଉନୟନ ଉପ-ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦିଗାଲଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବା ସହ ଶିକ୍ଷକଙ୍କୁ କେମିତି ତାଙ୍କର ମନୀପର୍ସ ଫେସ୍ତ ଦେବେ ସେନେଇଁ ସିଆର୍ସିଙ୍କୁ ଯୋଗାଯୋଗ କରି ଥିଲେ l ଶିକ୍ଷକ ସରମା ବେହେରାଙ୍କ ମନୀପର୍ସ ଓ ସମସ୍ତ ଡକମେଣ୍ଟ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଡାକି ସମ୍ବାଦିକ କୁନା ଦିଗାଳ ଫେରସ୍ତ କରିଥିବା ଦେଖିବାକୁ ମିଳିଛି l