ଦାରିଙ୍ଗବାଡ଼ି ସେକ୍ସନରେ ୭୩ତମ ବନ ମହୋତ୍ସବ

ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ଦାରିଙ୍ଗବାଡ଼ି ସେକ୍ସନରେ ୭୩ତମ ବନ ମହୋତ୍ସବ ପାଳନ କରାଯାଇଛି । ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ତତ୍ୱାବଧାନରେ ଦାରିଙ୍ଗବାଡ଼ି ବନପାଳ ପ୍ରସନ୍ନ କୁମାର ପାତ୍ର, ଦାରିଙ୍ଗବାଡ଼ି ବନରକ୍ଷୀ ବିଜୟାନନ୍ଦ ସେଠୀଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ସେକ୍ସନ ଅନ୍ତର୍ଗତ କିଲାବାଡ଼ି ଛକ ଠାରୁ ତାଗାପାଙ୍ଗା ପର୍ଯ୍ୟନ୍ତ ପ୍ରାୟ ୩କିଲୋମିଟର ରାସ୍ତାର ଉଭୟ ପାର୍ଶ୍ଵରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷଚାରା ରୋପଣ କରାଯାଇଥିଲା l କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ମାନେ ପ୍ରତ୍ୟେକ ଲୋକ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା କରିବାକୁ ଆହ୍ବାନ ଦେବା ସହିତ  ଜଙ୍ଗଲ ରହିଲେ ଜୀବଜଗତ ବଞ୍ଚରହିବ ବୋଲି ପ୍ରକାଶ କରିଥିଲେ । ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ଦାରିଙ୍ଗବାଡ଼ି ସେକ୍ସନରେ ବିଭିନ୍ନ କିସମର ୩୭ହଜାର ୭୫୦ ଚାରା ରୋପଣ କରାଯିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ  ପ୍ଲିହେରୀ ସରପଞ୍ଚ ପାଉଲ ପ୍ରଧାନଙ୍କ ସମେତ ସମିତିସଭ୍ୟ ଅରୁଣ ଗୌଡ଼ ଅତିଥିଭାବେ ଯୋଗ ଦେଇଥିବା ବେଳେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଦାନ ଓ ବନବାସୀ ସମେତ  ସ୍ଥାନୀୟ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନେ ସାମିଲ ହୋଇ ଚାରା ରୋପଣ କରିଥିବା ସହ ବନ ବିଭାଗର ଅନ୍ୟ କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ l