ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ସାଧାରଣ ଜନତା I କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ କୁଡୁତୁଲି ଗ୍ରାମପଞ୍ଚାୟତ ଏହି ଘଟଣା ଦେଖା ଦେଇଛି I ଏହି ଅଞ୍ଚଳର ବାସୀନ୍ଧାଙ୍କୁ ସ୍ୱଚ୍ଛ ପାନୀୟ ଜଳ ଓ ବିଜୁଳି ଆଲୁଅ ବର୍ତ୍ତମାନ ସୁଦ୍ଧା ଯୋଗାଇ ଦିଆଯାଇନ ଥିବା ଅଭିଯୋଗ ହୋଇଛି I ଯାହା ପାଇଁ କ.ନୂଆଗାଁ ବ୍ଲକ ଅଧିନସ୍ଥ କୁଡୁତୁଲି ଗ୍ରାମ ପଂଚାୟତର ସାରକେତା, ନିମାପଡା, ଖଲିଆ ପଦର ଓ ବାଲି ପଙ୍କାଲ ଗାଁର ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା କହିଛନ୍ତି I ଦୀର୍ଘ ପାଖା ପାଖି ୩୦ ବର୍ଷ ହେବ କୋଡିଏ ଆଦିବାସୀ ଓ ସାଧାରଣ ବର୍ଗର ପରିବାର ଏହି ଗ୍ରାମ ଗୁଡିକରେ ବସବାସ କରିଆସୁଛନ୍ତି I କିନ୍ତୁ ପ୍ରଶାସନ ସେ ମାନଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ତତ୍ପରତା ଦେଖାଉନ ଥିବା ଅଞ୍ଚଳର ବାସିନ୍ଦା କହିଛନ୍ତି l ଗାଁରେ ନଳ କୂଅ ନୂତନ ଭାବେ ଖୋଳା ହୋଇଛି ସତ କିନ୍ତୁ କାର୍ଯ୍ୟକ୍ଷମ ହୋଇନଥିବାରୁ ଦୁର୍ଦଶା ଭୋଗୁଛନ୍ତି ଲୋକେ l ଦୁଇ କିଲୋମିଟର ବାଟଯାଇ ବିଲମାଳରେ ଚୁଆ ଖୋଳି ଚୁଆର ଗୋଳିଆ ପାଣି ବ୍ୟବହାର କରୁ ଥିବା ଦେଖା ଦେଇଛି I ଯାହା ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାର ରୋଗରେ ସଂକ୍ରମଣ ହେଉ ଥିବା କହିଛନ୍ତି ସ୍ଥାନୀୟ ଲୋକେ l ସେହିପରି ବିଜୁଳି ଆଲୋକ ନଥିବାରୁ ଲୋକେ ହୀନସ୍ତା ହେଉଛନ୍ତି I ବିଭାଗୀୟ ଅଧିକାରୀ ରାଜନେତାଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳସୁନ I ତେଣୁ ତୁରନ୍ତ ବ୍ଲକ ପ୍ରଶାସନ ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l