ହବାକ ଉଚ୍ଚବିଦ୍ୟାଳୟ ମୁଖ୍ୟ ଫାଟକ ଲେଖାରେ ତ୍ରୁଟି?? ପ୍ରଥମେ ବିଦ୍ୟାଳୟର ନାମ ତାପରେ ବ୍ରାକେଟରେ ଲେଖା ହେଲା ସରକାରୀ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ଥିବା ସର୍ବ ପୁରାତନ ଉଚ୍ଚବିଦ୍ୟାଳୟ ମୁଖ୍ୟ ଫାଟକ ଲେଖାରେ ତ୍ରୁଟି ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ଯାହାକୁ ନେଇ ସ୍ଥାନୀୟ ବାସୀନ୍ଧା, ଅଭିଭାବକ ଓ ପୁରାତନ ଛାତ୍ରଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖା ଦେଇଛି I ସୂଚନା ଥାଉକି ଓଡ଼ିଶାର ପ୍ରଥମ ରାଜ୍ୟପାଳ ସାର ଜନ ଅଷ୍ଟିନ ହବାକଙ୍କୁ ନାମରେ ୧୯୩୬ ମସିହାରେ ହବାକ ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଥିଲା I ଇତି ମଧ୍ୟରେ ବିଦ୍ୟାଳୟ ସ୍ଥାପନ ହେବାକୁ ୮୦ ବର୍ଷ ବିତି ଯାଇଛି I ଏହି ବିଦ୍ୟାଳୟରୁ ହଜାର ହଜାର ଛାତ୍ର ଶିକ୍ଷା ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି I ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ୫ଟି ମାଧ୍ୟମରେ ସ୍ମାର୍ଟ ସ୍କୁଲ ଭାବରେ ବିକାଶ କରିଛନ୍ତି I ହେଲେ ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକ ଲେଖାରେ ତ୍ରୁଟି ଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି I ପ୍ରଥମେ ହବାକ ଉଚ୍ଚ ବିଦ୍ୟାଳୟ ଲେଖା ହୋଇ ବ୍ରାକେଟରେ ସରକାରୀ ଲେଖା ହୋଇ ଥିବାର ଦେଖା ଦେଇଛି I ତେଣୁ ଏହାକୁ ସଂଶୋଧନ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି I ଉଚ୍ଚ ବିଦ୍ୟାଳୟ ନିର୍ମାଣ ଦାୟୀତ୍ୱରେ ଥିବା ସରକାରୀ କର୍ମଚାରୀ ଓ ବିଦ୍ୟାଳୟ ନିର୍ମାଣକାରୀ ଠିକାଦାରଙ୍କ ଖାମଖିଆଲି ଯୋଗୁଁ ହବାକ ଉଚ୍ଚ ବିଦ୍ୟାଳୟର ସୁନାମ ପ୍ରତି ଆଞ୍ଚ ଆସୁ ଥିବା ଅଭିବାବ ମହଲରେ ମତପ୍ରକାଶ ପାଇଛି I ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟର ସୁନାମ ସୁରକ୍ଷା କ୍ଷେତ୍ରରେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ପୁରାତନ ଛାତ୍ରଙ୍କ ପକ୍ଷରୁ ମତପ୍ରକାଶ ପାଇଛି I