ଲୁଦୁ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଲୁକନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ଼ ବ୍ଲକ ସୁବର୍ଣ୍ଣଗିରି ଠାରେ ରହି ଥିବା ଲୁଦୁ ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଅଣ୍ଟା ଭିଡ଼ି ଥିବା ଦେଖା ଦେଇଛି I କଂଗ୍ରେସ ଦଳର ନେତୃତ୍ୱରେ ବିଭିନ୍ନ ରାଜନୈତିକ ଦଳଙ୍କୁ ନେଇ ଲୁଦୁ ଠାରେ ଏକ ମିଳିତ ବୈଠକ ଓ ବଣ ଭୋଜି ଅନୁଷ୍ଠିତ ହୋଇଛି I ସୁବର୍ଣ୍ଣଗିରି ଅଞ୍ଚଳ ବାସୀ ଏବଂ ଜାକେସି ଯୁବ ଗୋଷ୍ଟି ଉଦ୍ୟମରେ ଆୟୋଜିତ ଭୋଜିରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ କୈଳାସ ମୁର୍ମୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପିଙ୍କି କଁହର, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ଭାଟ ଓ ବିଭିର୍ନ ଅଞ୍ଚଳରୁ ଆସି ଥିବା ଉଭୟ ଦଳର କର୍ମୀବୃନ୍ଦ ଯୋଗ ଦେଇ ଥିଲେ I ଉପସ୍ଥିତ ଅତିଥିଙ୍କୁ ନେଇ ବୈଠକରେ ଲୁଦୁ ଜଳପ୍ରପାତର ଉନ୍ନତି କରଣକୁ ନେଇ ଆଲୋଚନା ହୋଇ ଥିଲେ I କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ସୁବର୍ଣ୍ଣ ଗିରି ଠାରେ ଏହି ପର୍ଯ୍ୟଟନ ସ୍ଥଳୀ ରହିଛି I ବହୁ ଦୂରଦୂରାନ୍ତରୁ ଲୋକେ ଏହି ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଆସନ୍ତି I ଅତି ଦୁଃଖର ବିଷୟ ଏଠାରେ ରହିବା ପାଇଁ କିମ୍ବା ବିଶ୍ରାମ ନେବା ପାଇଁ କୋୖଣସି ସୁବିଧା ନାହିଁ I ଯାହା ପାଇଁ ପର୍ଯ୍ୟଟକ ହନ୍ତସନ୍ତ ହେବା ସହ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି I ଏହାର ଉନ୍ନତି ନିମନ୍ତେ ଆୟୋଜିତ ସଭାରେ ଆଲୋଚନା ହୋଇଥିଲା I ଲୁଦୁ ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନେଇ ଗୁରୁତ୍ୱ ଦିଆଯାଇ ଥିଲା I ସମସ୍ତ ସରକାରୀ କର୍ମଚାରୀଙ୍କ ମତାମତ ଓ ସହଯୋଗ କାମନା କରିବା ସହ ବୈଠକ ସମାପ୍ତ ହୋଇ ଥିଲା I