ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଠଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି କୃଷି ବିଭାଗ କାର୍ଯ୍ୟାଳୟ ଠାରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାର ଏକ ସଚେତନତା ପାଠଶାଳା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସଂଯୋଜକ ଚନ୍ଦ୍ରଶେଖର ପାଢ଼ୀ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କୃଷି ଅଧିକାରୀ ଜ୍ୟୋତିରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ I ଘୁ.ଉଦୟଗିରି ବ୍ଲକର ସମସ୍ତ ପଞ୍ଚାୟତରୁ ବହୁ ଚାଷୀ ଯୋଗଦେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭିଡିଓ କନ୍ଫରେନସିଂ ଦ୍ୱାରା ସିଧା ପ୍ରସାରଣ ଦେଖିଥିଲେ I ପ୍ରଧାନମନ୍ତୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ଦ୍ୱାରା ଜଣେ ଚାଷୀ କି କି ସୁବିଧା ପାଇପାରୁଛନ୍ତି ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା I ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଚାଷୀ ବୀମା କରିବା ଦ୍ୱାରା ବିଶେଷ ସୁବିଧା ପାଉଥିବା ପ୍ରକାଶ କରିଥିଲେ I ଆଜିକାର ସଚେତନତା କାର୍ଯ୍ୟକ୍ରମଟିକୁ ଜନସେବା କେନ୍ଦ୍ର ପରିଚାଳକ ନୀତେଶ କୁମାର ଦିଗାଳ ସହଯୋଗ କରିଥିଲେ I