ଦାରିଙ୍ଗବାଡ଼ି ଠାରେ ନେତ୍ରମ କେୟାର ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ବ୍ଲକ ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ଠାରେ ଆଜି କେୟାର ନେତ୍ରମ ପକ୍ଷରୁ ରାଜ୍ୟ ସଂଯୋଜକ ଅରୁଣ କୁମାର ନାୟକଙ୍କ ତତ୍ତ୍ୱବାଭଧାନରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି I ଉକ୍ତ କାର୍ଯ୍ୟକ୍ରମକୁ ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ଶୁସାନ୍ତ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ, ସମାଜସେବୀ ମୁକୁନ୍ଦ ଦିଗାଳ, ଲୋକାରା ପ୍ରଧାନ, ସମାଜସେବୀ ମହେଶ୍ୱର ପ୍ରଧାନ, ସମାଜସେବୀ ଦେବେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଥିଲେ I ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତର ୨୨ଟି ୱାର୍ଡ ଯଥା ଦାରିଙ୍ଗବାଡ଼ି, କରପଙ୍ଖା, ସାରିଙ୍ଗିଇର୍ପି, କୁମ୍ଭାବଜାର ସାହି, ନିଳକନ୍ଦର ସାହି, ଲୁହୁରା ସାହି, ବୁର୍ଜୁ ବାଡ଼ି, ଶ୍ରୀପଙ୍ଖା, ବଡି ପଦର, ରୁକାନ ବାଡ଼ି, ଵୋଅ ବାଡ଼ି, ଡବେରୀ, ଵାଲା ପାଙ୍ଗା, ଏ ଡକେ ବାଡ଼ି, ବି ଡକେବାଦୀ, ପର୍ତ୍ତ ମାହା ଇତ୍ୟାଦି ଅଞ୍ଚଳରୁ ବହୁ ସଂଖ୍ୟାରେ ବୃଦ୍ଧା, ବୃଦ୍ଧ, ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଉ ଥିବାର ଦେଖା ଦେଇଛି I ନେତ୍ରମ କେୟାର ପାଖରୁ ଡାକ୍ତର ସୁବଳ ମଲ୍ଲଙ୍କ ନେତୃତ୍ୱରେ ୭ଜଣିଆ ଡାକ୍ତରୀ ଦଳ ଚକ୍ଷୁ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରି ଚଷମା ପ୍ରଦାନ କରିଥିଲେ I ଏହି ଭଳି ଭାବରେ କେୟାର ନେତ୍ରମ ତରଫରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଚକ୍ଷୁ ରୋଗୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଉ ଥିବା ରାଜ୍ୟ ସଂଯୋଜକ ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି I କେୟାର ନେତ୍ରମ ପକ୍ଷରୁ ୧-୧୦ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ଚିକିତ୍ସା ସହ ଚଷମା, ଅସ୍ତ୍ରପ୍ରଚାର ଏବଂ ମତିଆ ବିନ୍ଦୁର ଚିକିତ୍ସା ଓ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣାରେ କରାଯାଉ ଥିବା ରାଜ୍ୟ ସଂଯୋଜକ ଅରୁଣ କୁମାର ନାୟକ ମତବ୍ୟକ୍ତ କରିଛନ୍ତି I ଏହି ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ସମାଜସେବୀ ଦେବେନ୍ଦ୍ର ନାୟକ ସହଯୋଗ କରୁଛନ୍ତି I ଦାରିଂବାଡ଼ି ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରିବା ପାଇଁ ସହଯୋଗର ହାତ ବଢ଼ାଇ ଥିବାରୁ କେୟା ନେତ୍ରମ ପକ୍ଷରୁ ସରପଞ୍ଚ ଚନ୍ଦ୍ରିକା ମଲ୍ଲୀକଙ୍କୁ ସାଧୁବାଦ ଜଣାଇ ଛନ୍ତି ଓଡିଶା ସଂଯୋଜକ ଅରୁଣ କୁମାର ନାୟକ I