ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲିର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରିୟ ବିଜ୍ଞାନ, ଗଣିତ ଏବଂ ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ମେଳା ଅନୁଷ୍ଟିତ ହୋଇଯାଇଛି I
ଏହି କାର୍ଯ୍ୟକ୍ରମ ବ୍ଲକ ଶିକ୍ଷକ ସଂଘ ସଭାପତି ମଧୁସୂଦନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିବା ବେଳେ ନବ ନିର୍ବାଚିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲ୍ଲୀପ କହଁର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ମେଳାକୁ ଉଦଘାଟନ କରିଥିଲେ I ଏଥିସହ ବିଜ୍ଞାନ ମେଳା ପ୍ରଦର୍ଶନ କରିଥିବା ଛାତ୍ରୀ ଏବଂ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ମେଳା କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଫକିର ଚରଣ ପରିଡା, ତହସିଲଦାର ବିସିକେସନ ପ୍ରଧାନ, ଗୋଷ୍ଠି ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣି, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରଦିପ୍ତ ନାୟକ I ଏହି ବିଜ୍ଞାନ ମେଳାରେ ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗଦେଇ ନିଜ ନିଜର ବିଜ୍ଞାନ, ଗଣତି ଏବଂ ପରିବେଶ ବିଜ୍ଞାନ ସମ୍ବନ୍ଧିୟ ମେଳା ପ୍ରଦର୍ଶନ କରିଥିଲେ I ଏଥି ସହ ସମସ୍ତ ବିଦ୍ୟାଳୟର ଶିକ୍ଷତ୍ରୀ ଶିକ୍ଷକ ଉପସ୍ଥିତ ରହି ଛାତ୍ରୀଛାତ୍ରମାନଙ୍କୁ ସହଯୋଗ କରିଥିଲେ I ଉକ୍ତ ମେଳାରେ ପ୍ରଦର୍ଶନୀ କରିଥିବା ୬ଜଣ ଛାତ୍ର ଏବଂ ଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ ମାନପତ୍ର ପ୍ରଦାନ କରାଯାଇ ଥିଲା I ପୁରସ୍କୃତ ହୋଇ ଥିବା ଛାତ୍ର/ଛାତ୍ରୀମାନ ହେଲେ ସୁହାନି ଦିଗାଲ ଷଷ୍ଠ ଶ୍ରେଣୀ ଉପ୍ରା ବିଦ୍ୟାଳୟ ଟିକାବାଲି, ସୁଦେଷ୍ମା ଦିଗାଲ ଦଶମ ଶ୍ରେଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ଟିକାବାଲି, ରଞ୍ଜନ ଖୁଣ୍ଟିଆ ନବମ ଶ୍ରେଣୀ ଆଦର୍ଶ ବିଦ୍ୟାଳୟ ସଲପଗାଁ, ସ୍ୱୟଂ ସହାୟିକା ବୁର୍ଗୀ ନବମ ଶ୍ରେଣୀ ଦୟାନନ୍ଧ ଉଚ୍ଚ ବିଦ୍ୟାଳୟ ପାବୁରଆ, ସୁଭଜିତ ପ୍ରଧାନ ଅଷ୍ଟମ ଶ୍ରେଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ବଡିମୁଣ୍ଡା, ସାନ୍ତୋନୁ ଦିଗାଲ ଏ.ଏମ.ସି.ଏସ୍ ମହାବିଦ୍ୟାଳୟ ଟିକାବାଲି ପ୍ରମୁଖ I
Next Post