ଭାରସାମ୍ୟ ହରେଇ ଗଛରେ ପିଟି ହେଲା କାର, ଦୁର୍ଘଟଣା ଚାଳକ ମୃତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବତିଙ୍ଗିଆର କାମିନାଯୁ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି I କାର ନମ୍ବର ଓଆର- ୦୨ଏଏମ- ୦୦୧୧ ଭାରସାମ୍ୟ ହରେଇ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି I ଏହି ଦୁର୍ଘଟଣାରେ ପଠାଣ ସାହିର କାର ଚାଳକ ମହମ୍ମଦ ପୂରଖାନଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଡ଼ଃ ଅଶୋକ କୁମାର ପ୍ରଧାନ ସୂଚନା ଦେଇଅଛନ୍ତି I ଏହା ସହ କାରରେ ବସିଥିବା ଅନ୍ୟ ତିନି ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା I ଏନେଇ ଘୁ.ଉଦୟଗିରି ଥାନାରେ ୪୨/୨୨ ରେ ଏକ ରୁଜୁ ରୁଜୁ ହୋଇଅଛି I ମୃତ ମହମ୍ମଦ ପୂରଖାନଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ତାଙ୍କ ମରଶରୀର ହସ୍ତାନ୍ତର କରାଯିବ ବୋଲି ସ୍ଥାନୀୟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି I ଘଟଣା ସ୍ଥଳରେ ଘୁ.ଉଦୟଗିରି ପୁଲିସ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ଛାନ ଭିନ କରୁଥିବାର ସୂଚନା ଦେଇଛନ୍ତି ପୁଲିସ ଅଧିକାରୀ ବିନୟ ମହାରଣା I