ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆ କିଆ ପଞ୍ଚାୟତ I ବହୁତ ଦିନ ହେବ ଏହି ଗ୍ରାମ ପଞ୍ଚାୟତର ୧୦୦ ମିଟର ମୁଖ୍ୟ ରାସ୍ତା ଅତି ପ୍ରଶାସନର ଅବହେଳା ଯୋଗୁଁ ଖାଲ ଖମା ହେବା ସହ ଦୁଇ ପାର୍ଶ୍ୱ ଧୋଇ ହୋଇ ଯାଇ ଥିଲା I ପ୍ରଶାସନକୁ ବାରମ୍ବାର ଅବଗ ପରେ ମଧ୍ୟ କୌଣସ ଭାବରେ ରାସ୍ତାର ମରାମତି ହୋଇ ନ ଥିଲା I

ଆଜି ଶେଷରେ ଜାତୀୟ ଯୁବ ସ୍ଵେଚ୍ଛାସେବୀ ବିଞ୍ଜାମୀନ ନାୟକଙ୍କ ନେତୃତ୍ବରେ ଜାଗରଣ ଯୁବକ ସଂଘର ସମସ୍ତ ସଦସ୍ୟ କୁଡ଼ି, କଦାଳ, ଝୁଡ଼ି ଧରି ମୁଖ୍ୟ ରାସ୍ତାରେ ଥିବା ଖାଲ ଖମା , ମାଟି ଧୋଇ ହୋଇ ଯାଇଥିବା ସ୍ଥାନରେ ପଥର ୱାଲ୍ କରି ମାଟି ସମତୁଲ କରିଥିଲେ । ସୂଚନା ଯୋଗ୍ୟ ଯେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ମିଡ଼ିଆକିଆ ଠାରୁ ବୋରିକିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସ୍ଵୀକୃତି ପାଇଥିଲା I କୌଣସି କାରଣ ଯୋଗୁଁ ପଞ୍ଚାୟତର ମୁଖ୍ୟ ୧୦୦ ମିଟର ରାସ୍ତା ନିର୍ମାଣ କରାଯାଇ ନଥିଲା I ଏହି ରାସ୍ତାରେ ଦୌନିକ ୧୦୦ରୁ ଅଧିକ ଯାନବାହନ ଯାତାୟାତ କରୁଥିବା ବେଳେ ରାସ୍ତା ଅଣ ଓସାରିଆ ହୋଇଥିବାରୁ ଛୋଟ ଛୋଟ ଦୁର୍ଘଟଣା ଘଟୁଛି I
ବର୍ଷା ଦିନର ସମସ୍ୟା ନ କହିବା ଭଲ I ରାସ୍ତା ଉପରେ ଅଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି I ଯାହା ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଗତ ୮ ମାସ ତଳେ ଗ୍ରାମବାସୀ ବାଲିଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଗ, ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଦେଇ ପରବର୍ତ୍ତୀ ସମୟରେ ଅନେକ ଥର ଯାଇ ବୁଝି ଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ପ୍ରକାଶ କରିଛନ୍ତି I ବିଭାଗୀୟ ଅଧିକାରୀ ଖାଲି ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଇ ଚାଲିଛନ୍ତି ବୋଲି ଅଞ୍ଚଳ ବାସୀ ମତପ୍ରକାଶ କରିଛନ୍ତି I ଚଳିତ ବର୍ଷ ନିର୍ମାଣ କାର୍ଯ୍ୟ କରା ନ ଗଲେ ସମ୍ପୂର୍ଣ ପଞ୍ଚାୟତ ବାସୀ ଯାତାୟତରେ ଅଧିକ ଅସୁବିଧାର ସମ୍ମୁଖୀନ ହେବ I
ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଗ୍ରାମବାସୀ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି I ଯୁବକ ସଂଘର ଏଭଳି କାର୍ଯ୍ୟକୁ ଗ୍ରାମବାସୀ ତଥା ବୁଦ୍ଧିଜୀବୀ ବେଶ୍ ପ୍ରଶଂସା କରିଛନ୍ତି I ଯୁବକ ସଂଘର ସଭାପତି ବିରୁପାକ୍ଷ ପାତ୍ର , ଯୁଗଳ କିଶୋର ନାୟକ, ଦକ୍ଷ, ସମୋନାଥ୍, ଲଛମନ, କୈଳାସ, ବଥୁଏଲ, ଦଶରଥ, ରଘୁ, ବନ୍ଦେଶ୍ଵର, ଯୋଗେଶ୍ୱର, ଡିଲର, ଏକାମ୍ବର ଏବଂ ଅନ୍ୟାନ୍ୟମାନେ ରାସ୍ତା ମରାମତି କାର୍ଯ୍ୟରେ ସହଯୋଗ କରିଥିଲେ I