ବାଲିଗୁଡ଼ାର ଦୁଇଟି ଜିଲ୍ଲା ପରିଷଦ ଜୋନ ଅକ୍ତିଆର କଲା ବିଜେଡି….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଦୁଇଟି ଜୋନରେ ବିଜୟର ହାସଲ କରିଛି ବିଜେଡି I କନ୍ଧମାଳ ଜିଲ୍ଲାର ୧୮ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ବିଜେଡି ୧୩ଟି,।କଂଗ୍ରେସ ୩ଟି, ବିଜେପି ୨ଟି ଜୋନରେ ବିଜୟ ହାସଲ କରିଛି I ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ସରିଛି I ବାଲିଗୁଡା ୧୫ ଏବଂ ୧୬ ନମ୍ବର ଜୋନରେ ବିଜୟ ହାସଲ କରିଛି I ୧୫ ନମ୍ବର ଜୋନରେ ମନ୍ଦିନୀ ମଲ୍ଲିକ ୪୮୨୭ ଖଣ୍ଡ ଭୋଟ ଓ ୧୬ ନଂମ୍ବର ଜୋନରେ ଆସିସି ଦିଗାଲ ୭୫୯ ଖଣ୍ଡ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି I ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୁଳକ ଯୋଜନା ଯୋଗୁଁ ବିଜେଡି ବିଜୟ ହାସଲ କରିଛି ବୋଲି ବ୍ଲକ ସଭାପତି ପ୍ରକାଶ କରିଛନ୍ତି I ଵିଜୟ ଲାଭ କରିବା ପରେ ବାଲିଗୁଡା ବିଜେଡ଼ି ଦଳ ପକ୍ଷରୁ ଆଦିବାସି ମହା ବିଦ୍ୟାଳୟ ଠାରୁ ବିଜେଡ଼ି କାର୍ଯ୍ୟଳୟ ପର୍ଯ୍ୟନ୍ତ ଶୋଭା ଯାତ୍ରା କରାଯାଇଥିଲା I ଏହି ସଭାଯାତ୍ରାରେ ବାଲିଗୁଡା ବ୍ଳକ ସଭାପତି ଟୁନା ଦାସ, ବାଲିଗୁଡା ପୂର୍ବତନ ଏନ ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଜିଲ୍ଲା ଉପସଭାପତି ଶ୍ରୀନିବାସ ପାତ୍ର, ୧୫ ନଂମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାଥିନି ନନ୍ଦନୀ ମଲିକ, ୧୬ ନଂମ୍ବର ଜିଲ୍ଲା ପରିଷଦ ଜୋନର ପ୍ରାର୍ଥ ଆସିସି ଦିଗାଲ ଏବଂ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ I