“ପାମ୍ ଫାଉଣ୍ଡେସନ୍” ଅନୁଷ୍ଠାନ ତରଫରୁ କରୋନା ଓ ଓମିକ୍ରନ୍ ସଚେତନତା ସହ ମାସ୍କ୍ ଓ କମ୍ବଳ ବଣ୍ଟନ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ୍ର ବିଭିନ୍ନ ଗ୍ରାମ ଗୁଡିକରେ “ପାମ୍ ଫାଉଣ୍ଡେସନ୍” ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅନେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରାଯାଉଛି I ଏହି ଅନୁଷ୍ଠାନ ପ୍ରତି ବର୍ଷ ଶୀତ ସମୟରେ ଗରୀବ, ନିରୀହ, ବିଧବା ଓ ବୃଦ୍ଧ, ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରି ଆସୁଅଛି I

csp

ଏହି ବର୍ଷ ମଧ୍ୟ ଅନୁଷ୍ଠାନ ତରଫରୁ ତୁମୁଡ଼ିବନ୍ଧ ବ୍ଲକ୍ ଅଧୀନସ୍ଥ କୁର୍ତମଗଡ ଓ କରୁକୁଡୁପା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡ଼ିକରେ ନୂତନବର୍ଷର ଅଭିନନ୍ଦନ ଜଣାଇ କରୋନା ଓ ଓମିକ୍ରନ୍ରୁ ରକ୍ଷା ପାଇବା ପାଇଁ ସରକାରଙ୍କ ଯେଉଁ ନିୟମାବଳୀ ରହିଛି ଯଥା ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଅତି ଆବଶ୍ୟକ ନ ଥିଲେ ଘରୁ ବାହାରକୁ ନ ଯିବା ପାଇଁ ଅତି ସରଳ ଓ ଆବଶ୍ୟକତାକୁ ଲକ୍ଷ୍ୟ କରି ଆଞ୍ଚଳିକ ଭାଷା ରେ ମଧ୍ୟ ବୁଝାଇବା, ମାସ୍କ୍ ଓ ଶୀତ ସକାଶେ କମ୍ବଳ ବଣ୍ଟନ କରାଯାଉ ଥିବାର ଦେଖିବାକୁ ମିଳିଛି I ଗତ ବର୍ଷ ଅର୍ଥାତ୍ ୨୦୨୧ ବର୍ଷ କୋଭିଡ୍ ୧୯ ମହାମାରୀ ସମୟରେ , କରୋନା ସଚେତନତାର ବାର୍ତ୍ତା ଦେବା ଓ ମ।ସ୍କ୍ ବାଣ୍ଟିବା ସହ ପାଖାପାଖି ୧୦୦ ଗରୀବ ପରିବାର ଗୁଡ଼ିକୁ ଆବଶ୍ୟକତା ଖାଦ୍ୟ ଦ୍ରବ୍ୟ ବଣ୍ଟନ କରା ଯାଇଥିଲା I ଏହି ଅନୁଷ୍ଠାନ ଅନେକ ପିଲାଙ୍କ ଶିକ୍ଷା ଓ ଭବିଷ୍ୟତ ଗଢ଼ିବା କ୍ଷେତ୍ର ରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରି କାର୍ଯ୍ୟ କରି ଆସୁଅଛି I ଏହି ଉନ୍ନତି ମୂଳକ କାର୍ଯ୍ୟକୁ ଗ୍ରାମବାସୀ ଓ ବୁଦ୍ଧି ଜିବି ମହଲରେ ଭୂୟସୀ ପ୍ରଶଂସା କରାଯାଇ ଅନୁଷ୍ଠାନର ମୁଖ୍ୟକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି I