ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଆ ବ୍ଲକର କରଡ଼ା ଘାଟିରେ ଏକ ଜାଇଲ ଗାଡ଼ି ଦୁର୍ଘଟଣା ଗ୍ରସ୍ଥ ହୋଇଛି I ଭାରସାମ୍ୟ ହରାଇ ପ୍ରାୟ ୭୦ ଫୁଟ ଖାତକୁ ଖସିବା ଦ୍ୱାରା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି I 


ସୂଚନା ଅନୁସାରେ ରାଇକିଆ ଥାନା ଅନ୍ତର୍ଗତ ଭାଲିପଡା ଗ୍ରାମର ଦଶ ଜଣ ଯୁବକ ସାଙ୍ଗ ହୋଇ ମଙ୍ଗଳବାର ଦିନ ଅପରାହ୍ନ ୧୨ଟା ସମୟରେ ଏକ ଜାଇଲ ଗାଡ଼ିରେ ସୋରଡ଼ା ଥାନା ଅନ୍ତର୍ଗତ ଦାନ୍ତଲିଙ୍ଗିକୁ ଭୋଜି କରି ଯିବା ସମୟରେ କରଡା ଘାଟି ଗାଡ଼ିଟି ଭାରସାମ୍ୟ ହରାଇ ପ୍ରାୟ ୭୦ଫୁଟ ତଳ ଖସି ପଡ଼ିଥିଲେ I ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା I ଆଠ ଜଣ ଗୁରୁତର ଆହତ ହୋଇ ଥିଲେ I ଘଟଣାସ୍ଥଳରେ ଅଗ୍ନି ଶ୍ରମ ବିଭାଗ ପହଞ୍ଚି ଆହାତମାନଙ୍କୁ ରାଇକିଆ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା I ସେଥି ମଧ୍ୟରୁ ଗୁରୁତର ଆହତଙ୍କୁ ଫୁଲବାଣୀ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା I ଅଧାରାସ୍ତା ଟିକାବାଲିରେ ଆଉ ଜଣକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ସର୍ବ ମୋଟ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାତ ଜଣ ଗୁରୁତର ଅବସ୍ଥାରେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି I ସମସ୍ତ ଆହତମାନେ ଭାଲିଆ ପଡା ଗ୍ରାମର ବୋଲି ଜଣି ପଡ଼ିଛି I