ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାରଙ୍କ 5T ମାନ୍ୟତା ପ୍ରାପ୍ତ ସ୍ମାର୍ଟ ସ୍କୁଲରେ ଅନ୍ତର୍ଭୁକ୍ତ ହେବା ପରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଉନ୍ନତି କରଣ ଜୋର ସୋର ଚାଲିଅଛି I ସ୍କୁଲର ସୌନ୍ଦର୍ଯ୍ୟ କରଣ ଓ ରୂପରେଖ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ I ଏହା ଏକ ପୁରାତନ ସ୍କୁଲ କହିଲେ ଅତ୍ୟୁକ୍ତି ହେବନି ଏହି ଶିକ୍ଷାନୁଷ୍ଠାନ ୧୯୬୮ ମସିହାରେ ପ୍ରତିଷ୍ଠା ଲାଭକରିଥିଲା I ସ୍କୁଲର ଶିକ୍ଷାବର୍ଷ ୨୦୨୧-୨୨ ଅନୁସାରେ ଅଧ୍ୟୟନ ଛାତ୍ରୀ ସଂଖ୍ୟା ୨୩୬ I 



ଏହା ସହ ଶିକ୍ଷକ ଶିକ୍ଷୟିତ୍ରୀ ସଂଖ୍ୟା ୧୪ ଓ ପିଅନ ୩ ବିଦ୍ୟାଳୟ ରେ କାର୍ଯ୍ୟରତ ଅଛନ୍ତି I ବର୍ତ୍ତମାନ ପ୍ରଧାନ ଶିକ୍ଷକ ପଦବୀ ଖାଲି ଥିବା ସଂଗେ ସଂଗେ ହିନ୍ଦୀ, ସଂସ୍କୃତ କ୍ରୀଡା ଓ କଳା ଶିକ୍ଷକ ପଦବୀ ମଧ୍ୟ ଖାଲି ଥିବା ସୂଚନା ମିଳିଛି I ବିଜ୍ଞାନ ଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମଳୟ ନାୟକଙ୍କ ସୂଚନାନୁଯାଇ ସ୍ମାର୍ଟ ସ୍କୁଲ ହେବା ଫଳରେ ଛାତ୍ରୀମାନେ ବହୁ ଆଗ୍ରହ ସହକାରେ ପାଠ ପଢ଼ୁଥିବା ପ୍ରକାଶ କରିଛନ୍ତି I ସ୍ମାର୍ଟ ସ୍କୁଲ ଜରିଆରେ ପିଲାମାନେ ସ୍ମାର୍ଟ କ୍ଲାସ, ସ୍ମାର୍ଟ ପାଠାଗାର , ସ୍ମାର୍ଟ ଶୌଚାଳୟ ଏବଂ ବିଶୁଦ୍ଧ ପାନୀୟ ଜଳର ସୁବିଧା ସ୍କୁଲର ଚାରିକାନ୍ଥ ପରିସର ମଧ୍ୟରେ ପାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି I ସ୍କୁଲହତା ଚତୁଃପାଶ୍ୱର୍ରେ ବିଭିନ୍ନ ଚିତ୍ର କଳା ଏବଂ ରଙ୍ଗ ଦ୍ୱାରା ସାଜ ସଜା ଓ ସୁନ୍ଦର ବଗିଚା ଏହାର ମାନକୁ ଦ୍ବିଗୁଣିତ କରୁଅଛି I ସ୍କୁଲ ପରିସରରେ ବିଭିନ୍ନ କିସମର ଫୁଲ ଏବଂ ଫଳନ୍ତି ଗଛ ପିଲାଙ୍କ ପାଠ ପଢ଼ା ନିମନ୍ତେ ସୁନ୍ଦର ପରିବେଶ ସହ ଏକ ସୁନ୍ଦର ପାର୍କ ର ଭ୍ରମ ସୃଷ୍ଟି କରୁଅଛି I ସରକାରଙ୍କ ଏହି ପଦକ୍ଷେପକୁ ଅଞ୍ଚଳ ବାସୀ ଓ ଅଭିଭାବକ ବେଶ ପ୍ରଶଂସା କରିଛନ୍ତି I ଯଥାଶୀଘ୍ର ସ୍କୁଲର ଉନ୍ନତି କରଣ କାର୍ଯ୍ୟ ଶେଷ ହୋଇ ରାଜ୍ୟସରକାରଙ୍କ ଦ୍ୱାରା ଏହାର ପ୍ରତିଷ୍ଠା କରାଯିବା ନିମନ୍ତେ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମଳୟ ନାୟକ I