ଅନୁସନ୍ଧାନ ଭାରତ(ବ୍ୟୁର): ଯୁବତୀ ମହିଳା ଖ୍ରୀଷ୍ଟିଆନ ସଂଘ ୱାଇଡବ୍ଲୁସିଏର ପୂର୍ବ ଅଞ୍ଚଳର ଜାତୀୟ ଉପାଧ୍ୟକ୍ଷା ଲେନା ଚନ୍ଦ ୧୧ ଏପ୍ରିଲ ୨୦୨୬ ତାରିଖରେ ଘୁ.ଉଦୟଗିରି ସ୍ଥିତ ୱାଇଡବ୍ଲୁସିଏ ର ସଦସ୍ୟମାନଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ସ୍ଥାନୀୟ ୱାଇଡବ୍ଲୁସିଏ ପ୍ରତୀକ୍ଷ୍ୟା ନାୟକଙ୍କ ଆୟୋଜନରେ ମନୋରମା ରିସର୍ଟ ଠାରେ ଏକ ଔପଚାରିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ସମୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଶ୍ରୀମତୀ ଲେନା ଚନ୍ଦ ଏବଂ ଘୁ.ଉଦୟଗିରି ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରୀମତୀ ସସ୍ମିତା ଦାସ ସଦସ୍ୟମାନଙ୍କ ସହିତ ଆଲୋଚନା କରି ୱାଇଡବ୍ଲୁସିଏର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସେମାନେ ମହିଳା ଓ କିଶୋରୀମାନଙ୍କ ସଶକ୍ତିକରଣ ପାଇଁ ନେତୃତ୍ୱ ବିକାଶ ଓ ସାମାଜିକ ନ୍ୟାୟମୂଳକ ପଦକ୍ଷେପ ମାଧ୍ୟମରେ ୱାଇଡବ୍ଲୁସିଏର ଅବିରତ ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ । ସେମାନେ ସଦସ୍ୟମାନଙ୍କୁ ସ୍ଥାନୀୟ ସଂଘକୁ ଆହୁରି ସଶକ୍ତ କରିବା ସହ ଆଉଟ୍ରିଚ୍ କାର୍ଯ୍ୟକଳାପକୁ ବିସ୍ତାର କରି ସମାଜରେ ଅଧିକ ପ୍ରଭାବ ସୃଷ୍ଟି କରିବାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ୱାଇଡବ୍ଲୁସିଏର ଅଧ୍ୟକ୍ଷା ଶ୍ରୀମତୀ ଲଲିତା ଦିଗାଳ ସହ ଅଧ୍ୟକ୍ଷା ଶ୍ରୀମତୀ ନିଳିମା ମଲ୍ଲିକ, କୋଷାଧ୍ୟକ୍ଷା ଶ୍ରୀମତୀ ଯୋଗ୍ୟତା ପ୍ରଧାନ, ସଂଘ ସହ ଜଡିତ ସଦସ୍ୟମାନେ ଓ ଯୁବତୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ ।